26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଇଜିପ୍ଟ ଓ ଆର୍ଜେଣ୍ଟିନାକୁ ତେଜସ୍ ଯୋଗାଇବ ଭାରତ

ଇଜିପ୍ଟ ଓ ଆର୍ଜେଣ୍ଟିନାକୁ ତେଜସ୍ ଯୋଗାଇବ ଭାରତ

ବେଙ୍ଗାଲୁର: ଭାରତରେ ନିର୍ମିତ ହାଲୁକା ଯୁଦ୍ଧବିମାନ ‘ତେଜସ୍‌’ କିଣିବାକୁ ଇଜିପ୍ଟ ଓ ଆର୍ଜେଣ୍ଟିନା ଆଗ୍ରହ ପ୍ରକାଶ କରିଛନ୍ତି । ସଂପ୍ରତି ବେଙ୍ଗାଲୁରୁରେ ‘ଏରୋ ଇଣ୍ଡିଆ-୨୦୨୩’ ଏୟାର ସୋ’ ଚାଲିଥିବାବେଳେ ତେଜସ୍ ନିର୍ମାତା ହିନ୍ଦୁସ୍ତାନ ଏରୋନଟିକ୍‌ସର ଅଧ୍ୟକ୍ଷ ସି.ବି.ଅନନ୍ତକ୍ରିଷ୍ଣନ ଉପରୋକ୍ତ ସୂଚନା ଦେଇଛନ୍ତି । ଇଜିପ୍ଟ ୨୦ଟି ଏବଂ ଆର୍ଜେଣ୍ଟିନା ୧୫ଟି ତେଜସ୍ ବିମାନ କିଣିବେ ବୋଲି ସୂଚନା ମିଳିଛି । ଏହି ଦୁଇ ରାଷ୍ଟ୍ର ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ମାଲେସିଆ ଓ ଫିଲିପାଇନ୍ସ ଭଳି ରାଷ୍ଟ୍ର ମଧ୍ୟ ତେଜସ୍ ପାଇଁ ଆଗ୍ରହ ପ୍ରକାଶ କରୁଥିବା ଜଣାପଡିଛି । ୨୦୨୧ ଫେବୃଆରୀରେ ଭାରତର ପ୍ରତିରକ୍ଷା ବିଭାଗ ୪୮ ହଜାର କୋଟି ଟଙ୍କା ବ୍ୟୟରେ ହିନ୍ଦୁସ୍ତାନ ଏରୋନଟିକ୍‌ସରୁ ୮୩ଟଇ ତେଜସ୍ ବିମାନ କିଣିବାକୁ ଚୁକ୍ତି ସ୍ୱାକ୍ଷର କରିସାରିଛି । ଆର୍ଜେଣ୍ଟିନା ବାୟୁସେନାର ଦୁଇଟି ଟିମ୍ ଇତିମଧ୍ୟରେ ହିନ୍ଦୁସ୍ତାନ ଏରୋନଟିକ୍‌ସ କାରଖାନା ପରିଦର୍ଶନ କରିଥିବାବେଳେ ତେଜସ୍ ବିମାନ ଉଡାଇଛନ୍ତି । ମାଲେସିଆ ମଧ୍ୟ ପୁରୁଣା ମିଗ୍‌-୨୯କୁ ହଟାଇ ନିଜ ବାୟୁସେନାରେ ତେଜସ୍ ସାମିଲ କରିବାକୁ ଯୋଜନା ଚଳାଇଛି । ଅବଶ୍ୟ ଏହି ପ୍ରସଙ୍ଗରେ ଦକ୍ଷିଣ କୋରିଆ ଦ୍ୱାରା ନିର୍ମିତ ଏଫ୍‌ଏ-୫୦ ବିମାନ ତେଜସ୍ ତୁଳନାରେ ସାମାନ୍ୟ ଆଗୁଆ ରହିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking