35.8 C
Bhubaneswar
Tuesday, May 13, 2025
Homeଦେଶ ବିଦେଶପାକିସ୍ତାନ ସହ ସୁସମ୍ପର୍କ ଚାହେଁ ଭାରତ: ଅରିନ୍ଦମ ବାଗଚୀ

ପାକିସ୍ତାନ ସହ ସୁସମ୍ପର୍କ ଚାହେଁ ଭାରତ: ଅରିନ୍ଦମ ବାଗଚୀ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଶାନ୍ତି କଥାବାର୍ତ୍ତା କରିବା ଲାଗି ଦେଇଥିବା ପ୍ରସ୍ତାବ ଉପରେ ଭାରତ ପ୍ରତିକ୍ରିୟା ରଖିଛି। ଭାରତର ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି ଯେ ପାକିସ୍ତାନ ସହିତ ସୁସମ୍ପର୍କ ରଖିବା ଲାଗି ନୂଆଦିଲ୍ଲୀ ସର୍ବଦା ଆଗ୍ରହୀ। ଏଥିପାଇଁ ପାକିସ୍ତାନ ସହିତ ସମସ୍ତ ପ୍ରକାର ଆଲୋଚନା କରିବାକୁ ଭାରତ ସର୍ବଦା ପ୍ରସ୍ତୁତ। ମାତ୍ର ଶାନ୍ତିର କଥାବାର୍ତ୍ତା ଲାଗି ଉପଯୁକ୍ତ ପରିବେଶ ସୃଷ୍ଟି ହେବା ଜରୁରୀ। କାରଣ ଶାନ୍ତିପୂର୍ଣ୍ଣ ପରିବେଶରେ ହିଁ ଶାନ୍ତିର କଥାବାର୍ତ୍ତା କରାଯାଇପାରିବ। ଶାନ୍ତି କଥାବାର୍ତ୍ତା କରିବା ପୂର୍ବରୁ ହିଂସା, ଆତଙ୍କବାଦ ଓ ଅପହରଣ ଭଳି କାର୍ଯ୍ୟକୁ ପାକିସ୍ତାନ ବନ୍ଦ କରିବା ଦରକାର ବୋଲି ଭାରତ କହିଛି। ନିକଟରେ ସରିଫ ଅଲ ଆରବୀୟ ନ୍ୟୁଜ୍ ଚାନେଲକୁ ସାକ୍ଷାତ୍‌କାର ଦେବା କାଳରେ ସରିଫ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଶାନ୍ତି କଥାବାର୍ତ୍ତା କରିବାକୁ ପ୍ରସ୍ତାବ ଦେଇଥିଲେ। ସାକ୍ଷାତ୍‌କାର କାଳରେ ସରିଫ ଶାନ୍ତି କଥାବାର୍ତ୍ତା ପାଇଁ ଆତୁରତା ଦେଖାଇଥିଲେ। ସରିଫ କହିଥିଲେ ଭାରତ ସହିତ ଶତ୍ରୁତା କରି ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିଛି। ଭାରତ ସହିତ ଯୁଦ୍ଧ ଯୋଗୁଁ ପାକିସ୍ତାନ ଆଜି ଦାରିଦ୍ର୍ୟ, ନିରକ୍ଷରତା, ବେକାରୀ ଭଳି ସମସ୍ୟାରେ ପଡିରହିଛି। ତେଣୁ ପାକିସ୍ତାନ ଓ ଭାରତ ନିଜକୁ ବିକାଶ ପଥରେ ଆଗେଇ ନେବାକୁ ହେଲେ ଶାନ୍ତିର ମାର୍ଗ ଆପଣାଇବା ଜରୁରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking