ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚରେ ୭୬ ରନରେ ଲଜ୍ଜାଜନକ ପରାଜୟ ପରେ ଟିମ ଇଣ୍ଡିଆ ର ଅଧିନାୟକ ବିରାଟ କୋହଲୀ ଆକ୍ସନ ମୁଡରେ ଅଛନ୍ତି । ଟିମ ଇଣ୍ଡିଆରେ ବଡ ବଡ ଖେଳାଳୀଙ୍କୁ ଦାୟୀ କରାଯାଇପାରେ । ଯେଉଁଥିରେ ଆଜିଙ୍କ୍ୟା ରାହାଣେ, ଇଶାନ୍ତ ଶର୍ମା ଓ ରବିନ୍ଦ୍ର ଜାଡେଜାଙ୍କ ନାମ ବି ସାମିଲ ରହିଛି । ଏହି ୩ ଜଣ ହିଁ ଟିମ ଇଣ୍ଡିଆର ଫ୍ଲେଇଂ ଇଲେଭେନରେ ଫିଟ ନୁହନ୍ତି ।
ହନୁମା ବିହାରୀଙ୍କ ରେକର୍ଡ ଯଦି ଦେଖିବା, ତେବେ ସେ ନମ୍ବର ୫ରେ ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଆସିପାରନ୍ତି । ସେ ସର୍ବଦା ଟିମର ପ୍ଲେଇଂ ଇଲେଭେନରୁ ବାହାର ଭିତର ହୁଅନ୍ତି । ସେହିଭଳି ଇଶାନ୍ତ ଶର୍ମାଙ୍କ ବଦଳରେ ବିରାଟ କୋହଲୀ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦେଇପାରନ୍ତି । ଅନ୍ୟପଟେ ବିରାଟ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ ୩ ଟେଷ୍ଟ ମ୍ୟାଚରେ ରବିନ୍ଦ୍ର ଜାଡେଜାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇଥିଲେ ।