41.1 C
Bhubaneswar
Sunday, April 28, 2024
Homeବ୍ରେକୀଙ୍ଗଭାରତ-ଇଂଲଣ୍ଡ ପିଙ୍କ ବଲ୍ ଟେଷ୍ଟ

ଭାରତ-ଇଂଲଣ୍ଡ ପିଙ୍କ ବଲ୍ ଟେଷ୍ଟ

ଭୁବନେଶ୍ୱର: ଆଜି  ଅହମ୍ମଦାବାଦରେ ତିଆରି ହୋଇଥିବା ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ଅହମ୍ମଦାବାଦ ମୋଟେରାର ସର୍ଦ୍ଦାର ପଟେଲ୍ ଷ୍ଟାଡିୟମରେ ଖେଳାଯିବ ଭାରତ ଇଂଲଣ୍ଡ ତୃତୀୟ ଟେଷ୍ଟ ଡେ ନାଇଟ୍ ପିଙ୍କ ବଲ୍ ଟେଷ୍ଟ ମ୍ୟାଚ୍ । ଭାରତୀୟ ସମୟ ଦିନ ୨ଟା ୩୦ରୁ ଏହି ମ୍ୟାଚ୍ ଆରମ୍ଭ  ହୋଇଥିବା ବେଳେ ନୂଆ କରି ପ୍ରସ୍ତୁତ ହୋଇଥିବା ଏହି ଷ୍ଟାଡିଅମରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇ ନାହିଁ। ସୂଚନାଯୋଗ୍ୟ , ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଜିତିବା ପରେ ଦ୍ୱିତୀୟ ଟେଷ୍ଟକୁ ଟିମ୍ ଇଣ୍ଡିଆ ଜିତିନେଇଥିଲା । ସିରିଜ୍ ଏବେ ୧-୧ରେ ବରାବର ଥିବା ବେଳେ ପ୍ରଥମଥର ପାଇଁ ଉଭୟ ଦେଶ ପରସ୍ପରକୁ ପିଙ୍କ ବଲ୍ ଟେଷ୍ଟରେ ଭେଟିବେ। ଭାରତ କିମ୍ବା ଇଂଲଣ୍ଡର ଖେଳାଳି ଏହି ପିଚ୍ ରେ ପୂର୍ବରୁ ଖେଳି ନାହାନ୍ତି। ପିଚ୍ ପ୍ରଥମ ଦୁଇ ଦିନ ଦ୍ରୁତ ବୋଲରଙ୍କୁ ସହାୟକ ହେବ ବୋଲି କୁହାଯାଉଛି । ଏହାପରେ ସ୍ପିନରମାନେ ପିଙ୍କ ବଲରେ ନିଜର କର୍ତ୍ତୃତ୍ବ ଜାହିର କରିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ସିରିଜ୍ ବରାବର ଥିବାରୁ ଭାରତ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking