14.1 C
Bhubaneswar
Friday, January 10, 2025
Homeଖେଳବିଶ୍ୱକପ୍ ନକ୍‌ଆଉଟ୍‌ରେ ଭାରତ-ଅଷ୍ଟ୍ରେଲିଆ

ବିଶ୍ୱକପ୍ ନକ୍‌ଆଉଟ୍‌ରେ ଭାରତ-ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ନକ୍‌ଆଉଟ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ଚଳିତ ଫାଇନାଲକୁ ଛାଡିଦେଲେ ୩ଥର ପରସ୍ପରକୁ ଭେଟିଛନ୍ତି । ୨୦୦୩ ବିଶ୍ୱକପ୍ ଫାଇନାଲ ଏହି ଦୁଇଦଳଙ୍କ ପ୍ରଥମ ମୁକାବିଲା ହୋଇଥିବା ବେଳେ ୨୦୧୫ ସେମି ଫାଇନାଲ ଅନ୍ତିମ ମ୍ୟାଚ୍ ରହିଥିଲା । ଏହାମଧ୍ୟରେ ୨୦୧୧ କ୍ୱାର୍ଟର ଫାଇନାଲରେ ଦୁଇ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ୨୦୦୩ ଅଷ୍ଟ୍ରେଲିଆ ବିଜୟୀ ହୋଇ ଚାମ୍ପିଅନ୍ ହୋଇଥିବା ବେଳେ ୨୦୧୧ରେ ଭାରତ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ କରିଥିଲା । ପରେ ଚାମ୍ପିଅନ୍ ହୋଇଥିଲା । ୨୦୧୫ରେ  ଅଷ୍ଟ୍ରେଲିଆ ବିଜୟୀ ହୋଇ ଫାଇନାଲକୁ ଯିବା ସହ ପଞ୍ଚମ ବିଶ୍ୱକପ୍ ଜିତିଥିଲା ।

୨୦୦୩ ଫାଇନାଲ: ଏହି ବିଶ୍ୱକପ୍ ସାଉଥ୍ ଆଫ୍ରିକାରେ ଖେଳାଯାଇଥିଲା । ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୨ ୱିକେଟ ହରାଇ ୩୫୯ ରନ୍ ସଂଗ୍ରହ କରିଥିଲା । ଅଧିନାୟକ ରିକି ପଣ୍ଟିଂ ୧୪୦³ ଓ ଡାମିଏନ୍ ମାର୍ଟିନ୍ ୮୮³ ରନ୍ କରିଥିବା ବେଳେ ଆଡାମ ଗିଲଖ୍ରୀଷ୍ଟ ୫୭ ଓ ମାଥ୍ୟୁ ହେଡେନ୍ ୩୭ ରନ୍ କରିଥିଲେ । ଜବାବରେ ଭାରତ ୩୯.୨ ଓଭରରେ ୨୩୪ ରନ୍ କରି ଅଲ୍‌ଆଉଟ୍ ହେବା ସହ ୧୨୫ ରନ୍‌ରେ ପରାଜିତ ହୋଇଥିଲା । ବୀରେନ୍ଦ୍ର ସେହ୍ୱାଗ ସର୍ବାଧିକ ୮୮ ରନ୍ କରିଥିବା ବେଳେ ରାହୁଲ ଦ୍ରାବିଡ୍ ୪୭, ଅଧିନାୟକ ସୌରଭ ଗାଙ୍ଗୁଲି ଓ ଯୁବରାଜ ସିଂ ୨୪ ରନ୍ ଲେଖାଏଁ କରିଥିଲେ ।

୨୦୧୧ କ୍ୱାର୍ଟର ଫାଇନାଲ: ଭାରତରେ ଆୟୋଜିତ ଏହି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ମ୍ୟାଚ୍ ଅହମ୍ମଦାବାଦ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଏଥର ମଧ୍ୟ ଅଧିନାୟକ ରିକି ପଣ୍ଡିଂଙ୍କ ୧୦୪ ରନ୍ ସହାୟତାରେ ୫୦ ଓଭରରେ ୬ ୱିକେଟ୍ ହରାଇ ୨୬୦ ରନ୍ କରିଥିଲା । ବ୍ରାଡ୍ ହାଡ଼ିନ୍ ୫୩ ଓ ଡେଭିଡ୍ ହସି ୩୮³ ରନ୍ କରିଥିଲେ । ଜବାବରେ ଭାରତ ୪୭.୪ ଓଭରରେ ୫ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଯୁବରାଜ ସିଂ ୫୭³ ରନ୍ କରିଥିବା ବେଳେ ସଚିନ ତେନ୍ଦୁଲକର ୫୩, ଗୌତମ ଗମ୍ଭୀର ୫୦ ଓ ସୁରେଶ ରାଇନା ୩୪³ ରନ୍ କରିଥିଲେ ।

୨୦୧୫ ସେମି ଫାଇନାଲ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ବିଶ୍ୱକପ୍‌ର ସେମି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଷ୍ଟିଭେନ୍ ସ୍ମିଥ୍‌ଙ୍କ ୧୦୫ ରନ୍ ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଯ୍ ହରାଇ ୩୨୮ ରନ୍ କରିଥିଲା । ଅରୋନ୍ ଫିଞ୍ଚ ୮୧ ଓ ସେନ୍  ୱାଟସନ୍ ୨୮ ରନ୍ କରିଥିଲେ । ଜବାବରେ ଭାରତ ୪୬.୫ ଓଭରରେ ୨୩୩ ରନ୍ କରି ଅଲ୍‌ଆଉଟ୍ ହେବା ସହ ୯୫ ରନ୍‌ରେ ମ୍ୟାଚ୍ ପରାଜିତ ହୋଇଥିଲା । ଅଧିନାୟକ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୬୫ ରନ୍ କରିଥିବା ବେଳେ ଶିଖର ଧୱନ୍ ୪୫, ଅଜିଙ୍କ୍ୟ ରାହାଣେ ୪୪ ଓ ରୋହିତ ଶର୍ମା ୩୪ ରନ୍ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking