32.7 C
Bhubaneswar
Thursday, May 14, 2026
Homeଓଡିଶାଜାନୁଆରୀ ୨୧ରୁ ୨୩ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବ ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ...

ଜାନୁଆରୀ ୨୧ରୁ ୨୩ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବ ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ

ଭୁବନେଶ୍ୱର : ଭାରତୀୟ ନିର୍ବାଚନ ଆୟୋଗ ଆସନ୍ତା ଜାନୁଆରୀ ୨୧ ରୁ ୨୩ ପର୍ଯ୍ୟନ୍ତ ପ୍ରଥମ ଭାରତ ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ (IICDEM)-୨୦୨୬ ଆୟୋଜନ କରିବେ। ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ ଠାରେ ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ନିର୍ବାଚନ ଆୟୋଗଙ୍କ ତତ୍ତ୍ୱାବଧାନରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (IIIDEM) ଦ୍ୱାରା ମିଳିତ ଭାବେ ଆୟୋଜିତ ହେବ। ଏହି ସମ୍ମିଳନୀ ନିର୍ବାଚନ ପରିଚାଳନା ଏବଂ ଗଣତନ୍ତ୍ର କ୍ଷେତ୍ର ଉପରେ ଆଧାରିତ ବିଶ୍ୱରେ ସର୍ବବୃହତ ସମ୍ମିଳନୀ ହେବ । ଏଥିରେ ବିଶ୍ୱର ବିଭିନ୍ନ ଦେଶର ନିର୍ବାଚନ ପରିଚାଳନା ସଂସ୍ଥାର ପ୍ରତିନିଧିତ୍ୱ କରୁଥିବା ଅନ୍ତର୍ଜାତୀୟ ପ୍ରତିନିଧି, ଅନ୍ୟାନ୍ୟ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି, ନିର୍ବାଚନ କ୍ଷେତ୍ରରେ ଶିକ୍ଷାଗତ ଏବଂ ଅଭ୍ୟାସ କରୁଥିବା ବିଶେଷଜ୍ଞମାନେ ଯୋଗଦେବେ ।

ଏହି ସମ୍ମିଳନୀ ଦ୍ଵାରା ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ୨୦୨୬ ମସିହା ପାଇଁ ଅନ୍ତର୍ଜାତୀୟ ଆଇ.ଡି.ଆର ସଦସ୍ୟ ରାଷ୍ଟ୍ର ପରିଷଦର ଅଧ୍ୟକ୍ଷତା ଭାବେ ତାଙ୍କ କାର୍ଯ୍ୟସୂଚୀକୁ ଆରମ୍ଭ କରିବେ । ଏହା “ଅନ୍ତର୍ଭୁକ୍ତ, ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସ୍ଥାୟୀ ବିଶ୍ୱ ପାଇଁ ଗଣତନ୍ତ୍ରର ଆବଶ୍ୟକତା” ବିଷୟବସ୍ତୁ ଉପରେ ଆଧାରିତ ହେବ । ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟର ମହାନିର୍ଦ୍ଦେଶକ ଶ୍ରୀ ରାକେଶ ବର୍ମା ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭେଟି ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ ୨୦୨୬ର ବ୍ୟାପକ ରୂପରେଖ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ,ଏହି ସମ୍ମିଳନୀ ନିର୍ବାଚନ ପରିଚାଳନା ସଂସ୍ଥାଗୁଡ଼ିକ ମଧ୍ୟରେ ଅନ୍ତର୍ଜାତୀୟ ସହଯୋଗ ପାଇଁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ, ଯାହା ସମସାମୟିକ ବାଧାଗୁଡ଼ିକର ଏକ ସମାନ ବୁଝାମଣା, ସର୍ବୋତ୍ତମ ଅଭ୍ୟାସ ଏବଂ ନବସୃଜନର ଆଦାନପ୍ରଦାନ ଏବଂ ସମାଧାନର ସହ-ସୃଷ୍ଟିକରଣକୁ ସକ୍ଷମ ମଧ୍ୟ କରିବ । ଅଭିଭାଷଣ ପରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପରିଚାଳନା ସମ୍ମିଳନୀ ୨୦୨୬ର ଅଫିସିଆଲ ଲୋଗୋ ଉନ୍ମୋଚନ କରାଯାଇଥିଲା ।

ଏହି ସମ୍ମିଳନୀରେ ବିଶ୍ୱର ଅନେକ ଦେଶରୁ ଆସିଥିବା ପ୍ରତିନିଧି ମାନଙ୍କୁ ଭାରତର ନିର୍ବାଚନ ଢାଞ୍ଚା, ପ୍ରକ୍ରିୟା ଏବଂ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ ସହିତ ସୁଗମ କରାଇବ ଯାହା ଭାରତୀୟ ନିର୍ବାଚନକୁ ଗଣତାନ୍ତ୍ରିକ ଦେଶ ମାନଙ୍କ ମଧ୍ୟରେ ଏକ ଉଦାହରଣ ଭାବେ ସ୍ଥାପନ କରିବ । ସମ୍ମିଳନୀ କାର୍ଯ୍ୟକ୍ରମରେ ସାଧାରଣ ଏବଂ ପୂର୍ଣ୍ଣାଙ୍ଗ ଅଧିବେଶନ ଯେପରିକି ଉଦଘାଟନୀ ଅଧିବେଶନ, ସମସ୍ତ ନିର୍ବାଚନ ପରିଚାଳନା ସଂସ୍ଥାର ନେତୃତ୍ଵ କରୁଥିବା ପ୍ରତିନିଧି ମାନଙ୍କ ବୈଠକ, ନିର୍ବାଚନ ପରିଚାଳନା ସଂସ୍ଥାର କାର୍ଯ୍ୟଗୋଷ୍ଠୀ ମାନଙ୍କ ବୈଠକ ଏବଂ ଇ.ସି.ଆଇ.ନେଟ୍ ର ଶୁଭାରମ୍ଭ ଅନ୍ତର୍ଭୁକ୍ତ ହେବ।ଏହା ସହିତ ବିଶ୍ୱସ୍ତରୀୟ ନିର୍ବାଚନୀ ବିଷୟବସ୍ତୁ, ମଡେଲ ଅନ୍ତର୍ଜାତୀୟ ନିର୍ବାଚନୀ ମାନଦଣ୍ଡ, ଏବଂ ନିର୍ବାଚନୀ ପ୍ରକ୍ରିୟାରେ ସର୍ବୋତ୍ତମ ଅଭ୍ୟାସ ଏବଂ ନବସୃଜନ ବିଷୟବସ୍ତୁ ଗୁଡ଼ିକର ଅଧିବେଶନ ମଧ୍ୟ ଅନ୍ତର୍ଭୁକ୍ତ ହେବ ।

ଏହି ତିନି ଦିନିଆ ସମ୍ମିଳନୀରେ, ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଜୋଶୀଙ୍କ ନିର୍ବାଚନ ପରିଚାଳନା ସଂସ୍ଥାର ମୁଖ୍ୟ ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରତିନିଧିମାନଙ୍କ ସହିତ ୪୦ ରୁ ଅଧିକ ଏହି ଦ୍ୱିପାକ୍ଷିକ ବୈଠକ ରେ ଯୋଗଦେବେ । ଏହି ସମ୍ମିଳନୀରେ ୪ଟି ଆଇ.ଆଇ.ଟି, ୬ଟି ଆଇ.ଆଇ.ଏମ, ୧୨ଟି ଏନ.ଏଲ.ୟୁ ଏବଂ ଆଇ.ଆଇ.ଏମ.ସି ସମେତ ପ୍ରମୁଖ ଶିକ୍ଷାନୁଷ୍ଠାନ ଅଂଶଗ୍ରହଣ କରିବେ, ଯେଉଁଥିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନେତୃତ୍ୱରେ ୩୬ଟି ପ୍ରାସଙ୍ଗିକ ଗୋଷ୍ଠୀ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ ଶିକ୍ଷା ବିଶେଷଜ୍ଞମାନେ ଯୋଗଦାନ କରିବେ । ସାମ୍ବାଦିକ ସମ୍ମିଳନୀ ପରେ, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ ଦ୍ୱାରା କ୍ୟାମ୍ପସର ପରିଦର୍ଶନ କରାଯିବ, ଯାହା ବିଶ୍ଵ-ସ୍ତରରେ ନିର୍ବାଚନ ଆୟୋଜନ ଏବଂ ପରିଚାଳନାରେ କ୍ଷମତା ନିର୍ମାଣ ଏବଂ ବିଶ୍ୱ ଗଣତାନ୍ତ୍ରିକ ସହଯୋଗରେ ଭାରତର ନେତୃତ୍ୱ ଭୂମିକାକୁ ସୁଦୃଢ଼ କରିବ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଭାବରେ ଦ୍ରୁତ ଗତିରେ ଉଭା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking