32.7 C
Bhubaneswar
Friday, June 19, 2026
Homeଖେଳଭାରତ ଫେରିଲେ ବିଜୟୀ ପୁରୁଷ ହକି ଟିମ୍

ଭାରତ ଫେରିଲେ ବିଜୟୀ ପୁରୁଷ ହକି ଟିମ୍

ନୂଆଦିଲ୍ଲୀ : ଭାରତକୁ ଫେରିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟୀ ପୁରୁଷ ହକି ଟିମ୍। ଭାରତରେ ପହଞ୍ଚିବା ପରେ ହକି ଦଳର ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।ଅଲିମ୍ପିକ୍ସରେ ଲଗାତର ଦୁଇଟି ବ୍ରୋଞ୍ଜ ପଦକ ଜିତି ଏହି ଦଳ ରେକର୍ଡ କରିଛି। ଟୋକିଓ ଅଲିମ୍ପିକ୍ସ ପରେ ପ୍ୟାରିସ ଅଲିମ୍ପିକ୍ସରେ ବି ଭାରତକୁ ପଦକ ଦେଇଛି ହକି ଦଳ। ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚରେ ସ୍ପେନକୁ ୨-୧ ଗୋଲରେ ହରାଇଥିଲା ଟିମ୍ ଇଣ୍ଡିଆ। ଏହାସହ ୫୨ ବର୍ଷ ପରେ ଲଗାତର ଦୁଇ ଅଲିମ୍ପିକ୍ସରେ ହକିରେ ଦୁଇଟି ପଦକ ପାଇଛି ହକି ଦଳ। ଏହି ବିଜୟ ପରେ ଦେଶରେ ହକିପ୍ରେମୀଙ୍କ ମନରେ ଖୁସିର ମାହୋଲ। ଭାରତୀୟ ହକି ଦଳର ବିଜୟରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ମଧ୍ୟ ବେଶ୍ ଭୂମିକା ରହିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking