34.2 C
Bhubaneswar
Monday, June 8, 2026
Homeଦେଶ ବିଦେଶଜାପାନକୁ ପଛରେ ପକାଇଲା ଭାରତ

ଜାପାନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ : ଜାପାନକୁ ପଛରେ ପକାଇଲା ଭାରତ। ଏସିଆରେ ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଭାରତ ଉଭା ହୋଇଛି। ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଭାରତ ଏସିଆର ତୃତୀୟ ସ୍ଥାନରେ ପହଞ୍ଚିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାର ସମ୍ପ୍ରସାରଣ ଯୋଗୁଁ ଭାରତର ସ୍ଥିତିରେ ସୁଧାର ଆସିଛି। ଏଥିସହ ବିଶ୍ୱରେ ଭାରତର ବଢୁଥିବା ବିଶ୍ୱସନୀୟତାକୁ ମଧ୍ୟ ଦର୍ଶାଉଛି।

ଏକ ଉଲ୍ଲେଖନୀୟ ପରିବର୍ତ୍ତନ ସ୍ୱରୂପ ଭାରତ ଜାପାନକୁ ପଛରେ ପକାଇ ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ଶକ୍ତିଶାଳୀ ଦେଶର ମାନ୍ୟତା ହାସଲ କରିଛି। ୨୦୧୮ରୁ ଏସିଆ ପାୱାର ଇଣ୍ଡେକ୍ସର ମୂଲ୍ୟାଙ୍କନ କରୁଛି। ୨୦୨୪ର ଏହି ରିପୋର୍ଟ ଅନୁସାରେ ଭାରତ ୩୯.୧ ପଏଣ୍ଟ ହାସଲ କରିବା ସହିତ ଜାପାନକୁ ପଛରେ ପକାଇଛି। ଜାପାନକୁ ୩୮.୯ ପଏଣ୍ଟ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking