ବ୍ୟୁରୋ : ମୁହାଁମୁହିଁ ହେବେ ଭାରତ ଓ ନୁ୍ୟଜିଲାଣ୍ଡ । ବୁଧବାର ଚଳିତ ବିଶ୍ୱକପ ପ୍ରଥମ ସେମିଫଇନାଲ ମ୍ୟାଚ ମୁମ୍ବାଇ ଙ୍ଖେଡେରେ ଖେଳାଯିବ । ତେବେ ଏହି ମ୍ୟାଚ ପୂର୍ବରୁ ବ୍ଲାକରେ ବିକ୍ରି ହୋଇଛି ଟିକେଟ । ୨୫୦୦ ଟଙ୍କାର ଟିକେଟକୁ ୪୦ ହଜାର ଟଙ୍କାରେ ବିକ୍ରି କରିଛନ୍ତି ଦଲାଲ । ଏହି ଅଭିଯୋଗ ଜଣେ ଅଭିଯୁକ୍ତ ଜଣକ ଆକାଶ କୋଠାରୀ । ତାଙ୍କ ବୟସ ୩୦ ବର୍ଷ । ଜୋନ୍ -୧ର ଡିସିପି ପ୍ରବୀଣ ମୁଣ୍ଡେଙ୍କ ମୁତାବକ, ଏକ ଗୁପ୍ତ ସୂଚନା ମିଳିବା ପରେ ଜେଜେ ମାର୍ଗ ପୁଲିସ ଏକ ଟିମ୍ ଗଠନ କରି ମଲାଡ ଅଞ୍ଚଳରେ ଚଢାଉ କରିଥିଲା । ସେଠାରୁ ଆକାଶ କୋଠାରିଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଅନୁସନ୍ଧାନ ବେଳେ ତାଙ୍କ ମେବାଇଲରୁ କିଛି ମେସଜ ଏବଂ କିଛି ଡକୁ୍ୟମେଣ୍ଟ ମଧ୍ୟ ମିଳିଛି । ପୁଲିସ ସୂଚନାସୁରେ, କୋଠରୀ ୨୫୦୦ ଚଙ୍କର ଟିକେଟ୍ ୩୫୦୦୦ରୁ ୪୦୦୦୦ ଟଙ୍କାରେ ବିକ୍ରି କରୁଥିଲେ । ତାଙ୍କ ବିରୋଧରେ ପୁଲିସ ଧାରା ୪୦୨ ଓ ୫୧୧ରେ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ନିକଟକୁ ଏହି ଟିକେଟ୍ କେଉଣଠାରୁ ଆସିଲା ତାହା ଜାଣିବାକୁ ପୁଲିସ ଚେଷ୍ଟା ଚଳାଇଛି । ଏଥିସହ ଏହି ବ୍ଲାକ୍ ମାର୍କେଟିଂ ପଛରେ କୌଣସି ବଡ ଗ୍ୟାଙ୍ଗର ହାତ ଅଛି ନା ନାହିଁ ସେ ନେଇ ମଧ୍ୟ ପୁଲିସ ତଦନ୍ତ ଜାରି ରଖିଛି । ଆଇସିସି ବିଶ୍ୱକପ୍ ସେମିଫାଇନାଲ ଏବଂ ଫାଇନାଲ ପାଇଁ ଶେଷ ଟିକେଟ୍ ଗୁରୁବାର ରାତିରେ ବିକ୍ରି ହୋଇଥିଲା । ବିଶ୍ୱକପ୍ ପ୍ରଥମ ସେମିଫାଇନାଲ ମ୍ୟାଚ୍ ୧୫ ନଭେମ୍ବରରେ ମୁମ୍ବାଇରେ ଏବଂ ଦ୍ୱିତୀୟଟି ୧୬ ନଭେମ୍ବରରେ କୋଲକାତାରେ ଖେଳାଯିବ । ନଭେମ୍ବର ୧୯ରେ ଅହମ୍ମଦାବାଦରେ ଫଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।