30.1 C
Bhubaneswar
Wednesday, June 26, 2024
Homeଖେଳଶ୍ରୀଲଙ୍କାକୁ ୯୧ ରନରେ ହରାଇଲା ଭାରତ, ସିରିଜ ୨-୧ ରେ ବିଜୟୀ

ଶ୍ରୀଲଙ୍କାକୁ ୯୧ ରନରେ ହରାଇଲା ଭାରତ, ସିରିଜ ୨-୧ ରେ ବିଜୟୀ

ରାଜକୋଟ୍ : ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ୩ୟ ଟି-୨୦ରେ ଶ୍ରୀଲଙ୍କାକୁ ୯୧ ରନରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ଭାରତ ସିରିଜକୁ ୨-୧ରେ ହାତେଇ ନେଇଛି । ଭାରତ ଦ୍ୱାରା ରଖାଯାଇଥିବା ୨୨୯ରନର ବିଜୟ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ୧୬.୪ ତମ ଓଭରରେ ୧୩୭ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କୁସଲ ମେଣ୍ଡିସ ଓ ଧନୁକ ସନକା ୨୩ ରନ ଲେଖାଏଁ କରିଥିଲେ । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଉମରାନ ମଲ୍ଲିକ ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଆଜିର ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ମାତ୍ର ଓପନର ଇଶାନ କିଷନ ମାତ୍ର ୧ ରନରେ ଆଉଟ ହୋଇଯାଇଥିଲେ । ତେବେ ଅନ୍ୟତମ ଓପନର ଶୁଭମନ ଗିଲ ଓ ରାହୁଲ ତ୍ରିପାଠୀ ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୩୫ ରନ ଓ ଗିଲ୍ ୪୬ ରନ କରି ଆଉଟ ହୋଇଥିଲେ । ତେବେ କ୍ରିଜର ଗୋଟିଏ ପଟେ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ସେ ୮ଟି ଛକା ଓ ୬ଟି ଚୌକା ସହ ଶତକ ପୂରଣ କରିଥିଲେ । ସେ ମୋଟ ୧୧୨ ରନ କରି ଅପରାଜିତ ରହିଥିଲେ । ସେ ମୋଟ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେହିପରି ଅକ୍ଷର ପଟେଲ ଅପରାଜିତ ୨୧ ରନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking