ନାଗପୁର : ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ୪ ୱିକେଟରେ ବିଜୟୀ ହୋଇଛି ଭାରତ । ଇଂଲଣ୍ଡ ଦ୍ୱାରା ରଖାଯାଇଥିବା ୨୪୯ ରନର ଲକ୍ଷ୍ୟକୁ ୩୮.୪ ଓଭରରେ ୬ ୱିକେଟ ହରାଇ ୨୫୧ ରନ କରି ହାସଲ କରିନେଇଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ୮୭ ରନ, ଶ୍ରେୟସ ଆୟର ୫୯ ରନ ଓ ଅକ୍ଷର ପଟେଲ ୫୨ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ଓ ସାକିବ ମେହମୁଦ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳକୁ ଉଭୟ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ ଭଲ ଆରମ୍ଭ ଦେଇଥିଲେ । ଏହା ସତ୍ତ୍ୱେ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ୭୫ ୱିକେଟରେ ପ୍ରଥମ ୱିକେଟ ହରାଇଥିଲା । ସଲ୍ଟ ୪୩ ଓ ଡକେଟ ୩୨ ରନ କରି ଆଉଟ ହୋଇଥିଲେ । ମଧ୍ୟକ୍ରମରେ ଜସ ବଟଲର ଓ ଜ୍ୟାକବ ବେଥେଲଙ୍କ ଠାରୁ ଭଲ ଇଂନିଂସ ଦେଖିବାକୁ ମିଳିଥିଲା । ଉଭୟ ଅର୍ଦ୍ଧଶତକ ଲଗାଇଥିଲେ ।ମାତ୍ର ଦଳର ନିମ୍ନକ୍ରମ ଭୁଶୁଡ଼ି ପଡ଼ିବାରୁ ଦଳ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ହର୍ଷିତ ରାଣା ଓ ରବୀନ୍ଦ୍ର ଜେଦେଜା ୩ଟି ଲେଖାଏଁ ଓ ମହମ୍ମଦ ସମ୍ମି, କୁଳଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।