28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ମଧ୍ୟରେ ଭାରତ ଅଷ୍ଟମ ସ୍ଥାନରେ!

ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ମଧ୍ୟରେ ଭାରତ ଅଷ୍ଟମ ସ୍ଥାନରେ!

ନୂଆଦିଲ୍ଲୀ : ଭାରତରେ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ବର୍ତ୍ତମାନ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ମଧ୍ୟରେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ଭାରତୀୟ ସହରଗୁଡିକରେ ହାରାହାରି ପର୍ଟିକୁଲେଟ୍ ମ୍ୟାଟର ୨.୫, ୫୩.୩ ମାଇକ୍ରୋଗ୍ରାମ୍ ବୋଲି ଜଣାପଡିଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିରାପଦ ସୀମାଠାରୁ ୧୦ ଗୁଣ ଅଧିକ । ସ୍ୱିଜରଲ୍ୟାଣ୍ଡ ଫାର୍ମ ‘ଆଇକ୍ୟୁ ଏୟାର’ ମଙ୍ଗଳବାର ‘ୱାର୍ଲ୍ଡ ଏୟାର କ୍ୱାଲିଟି ରିପୋର୍ଟ’ ନାମରେ ନିଜର ଏକ ରିପୋର୍ଟ ଜାରି କରିଛି । ବିଶ୍ୱର ୧୩୧ ଦେଶର ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ‘ୱାର୍ଲ୍ଡ ଏୟାର କ୍ୱାଲିଟି ରିପୋର୍ଟ’ ଅନୁସାରେ, ଦୁନିଆର ସବୁଠାରୁ ପ୍ରଦୂଷିତ ଦେଶ ହେଉଛି ଚାଡ । ଏଠାରେ ହାରାହାରି ବାୟୁ ପ୍ରଦୂଷଣ ପିଏମ୍ ୨.୫ ସ୍ତରରେ ୮୯.୭ ବୋଲି ଜଣାପଡିଛି । ଇରାକ ହେଉଛି ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ଦେଶ । ଏହାପରେ ତୃତୀୟ ନମ୍ବରରେ ରହିଛି ପାକିସ୍ତାନର ନାମ ଏବଂ ବାହାରିନ୍ ଚତୁର୍ଥ ସ୍ଥାନରେ ଅଛି । ଏହି ତାଲିକାରେ ଭାରତ ଅଷ୍ଟମ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking