30.1 C
Bhubaneswar
Sunday, July 7, 2024
Homeଖେଳଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ : ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଆଜି ଭାରତ-ଆୟରଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ : ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ବ୍ୟୁରୋ : ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଆଜି ଭାରତୀୟ ଦଳ ଆୟରଲାଣ୍ଡ ସହ ପ୍ରଥମ ଟି-୨୦ ମ୍ୟାଚ ଖେଳିବ । ଆୟରଲାଣ୍ଡ ସହ ଭାରତ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ । ଡଲବିନରେ ଆଜି ହେବାକୁ ଥିବା ପ୍ରଥମ ମ୍ୟାଚରେ ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।ଆୟରଲାଣ୍ଡ ବିପ କ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆର ଯୁବ ବାହିନୀଙ୍କୁ ଦେଖିବାକୁ ମିଳିବ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯୁବ ବାହିନୀଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି । ଆହତ କାରଣରୁ ଦୀର୍ଘ ୧୧ ମାସ ଧରି ପଡିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ୱ ନେଇ ଫେରିବାକୁ ଯାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟନେସ ଓ ଲୟର ବଡ ପରୀକ୍ଷା ହେବ ।ଅବଶ୍ୟ ବୁମରାଙ୍କ ପାଇଁ ଏହା ପ୍ରତ୍ୟାବର୍ତନର ଠିକଣା ଶୃଙ୍ଖଳା ନୁହେଁ । ଏସିଆ କପ୍‌ ଆରମ୍ଭ ପୂର୍ବରୁ ସେ ନିଜକୁ କେତେ ପ୍ରସ୍ତୁତ କରିପାରିଛନ୍ତି ତାହା ମଧ୍ୟ ଆକଳନ କରିହେବ । କାରଣ ଏସିଆ କପ୍ ଏବଂ ବିଶ୍ବକପ୍ ସମାନ ଦିନିକିଆ ଫର୍ମାଟରେ ଖେଳାଯିବାକୁ ଥିବାରୁ ଭାରତର ମୁଖ୍ୟ ବୋଲିଂ ଅସ୍ତ୍ର ଭାବେ ବୁମରାଙ୍କ ସେବା ଆବଶ୍ୟକ କରୁଛି ଭାରତ । ସଂଜୁ ସାମସନ କିନ୍ତୁ ଦଳରୁ ତାଙ୍କ ସ୍ଥାନ ହରାଇବା ସ୍ଥିତିରେ ପହଞ୍ଚିଛନ୍ତି । ପ୍ରଶିକ୍ଷକ ସୀତାଂଶୁ କୋଟାକଙ୍କୁ ସେଭଳି କିଛି ନିର୍ଦେଶ ମିଳିନଥିଲେ ସେ ନିଶ୍ଚିତ ଏହି କେରଳ ୱିକେଟରକ୍ଷକ ବ୍ୟାଟରଙ୍କୁ ସୁଯୋଗ ଦେବା ସମ୍ଭାବନା କ୍ଷୀଣ । ଜିତେଶ ଶର୍ମା, ରିଙ୍କୁ ସିଂହଙ୍କ ଭଳି ଶିବମ ଦୁବେଙ୍କ ସଟ୍‌ ଦେଖିବାକୁ ଆଶା ରଖିବେ ପ୍ରଶଂସକ । ବୁମରାଙ୍କ ଭଳି ପ୍ରସିଦ୍ଧ କୃଷ୍ଣ ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking