17.1 C
Bhubaneswar
Friday, January 17, 2025
Homeଦେଶ ବିଦେଶକୋପା ଆମେରିକା କପ୍ ୨୦୨୪; ଭେନେଜୁଏଲାକୁ ହରାଇ ସେମିରେ କାନାଡା

କୋପା ଆମେରିକା କପ୍ ୨୦୨୪; ଭେନେଜୁଏଲାକୁ ହରାଇ ସେମିରେ କାନାଡା

ଅର୍ଲିଙ୍ଗଟନ: ପଦାର୍ପଣକାରୀ କାନାଡା ଚଳିତ କୋପା ଆମେରିକା କପ୍‌ରେ ଇତିହାସ ରଚିଛି । ଟିମ୍ କ୍ୱାର୍ଟର୍ ଫାଇନାଲ୍‌ରେ ଭେନେଜୁଏଲାକୁ ୪-୩ ନେନାଲ୍ଟି ଶୁଟ୍‌ଆଉଟ୍‌ରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ଜାକୋବ୍ ସାଫେଲ୍‌ବର୍ଗ କାନାଡା ପକ୍ଷରୁ ପ୍ରଥମ ଗୋଲ୍ କରିଥିଲେ । ତେବେ ୬୪ତମ ମିନିଟ୍‌ରେ ରୋଣ୍ଡୋନ୍‌ଙ୍କ ଜରିଆରେ ଭେନେଜୁଏଲା ସ୍ଥିତି ବରାବର କରିଥିଲେ । ପରେ ଆଉ କୌଣସି ଗୋଲ୍ ନହେବାରୁ ନିୟମିତ ସମୟରେ ମ୍ୟାଚ୍ ୧-୧ ଗୋଲ୍‌ରେ ଶେଷ ହୋଇଥିଲା । ପେନାଲ୍ଟି ଶୁଟ୍‌ଆଉଟ୍‌ରେ କାନାଡା ଗୋଲ୍‌କିପର୍ ମାକ୍ସିମ କ୍ରିପିଉ ଭେନେଜୁଏଲାର ୱିକର୍ ଆଞ୍ଜେଲ୍‌ଙ୍କ ପେନାଲ୍ଟିକୁ ଅଟକାଇ ଦେଇଥିଲେ । ଏହାପରେ ଇସ୍‌ମାଇଲ୍ କୋନ୍ ବିଜୟୀ ପେନାଲ୍ଟି ସ୍କୋର୍ କରି କାନାଡାକୁ ସେମିରେ ପହଞ୍ଚାଇଥିଲେ । କାନାଡା ମଙ୍ଗଳବାର ସେମିଫାଇନାଲ୍‌ରେ ବିଶ୍ୱ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ ନ୍ୟୁ ଜର୍ସିରେ ଭେଟିବ । ଏହି ମ୍ୟାଚ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟନୀ ମ୍ୟାଚ୍‌ର ପୁନରାବୃତ୍ତି ହେବ, ଯେଉଥିଣେ ଆର୍ଜେଣ୍ଟିନା ୨-୦ରେ ବିଜୟୀ ହୋଇଥିଲା । କୋପା ଆମେରିକା ସେମିଫାଇନାଲ୍‌ରେ ପ୍ରବେଶ କରିବାରେ କାନାଡା ଚତୁର୍ଥ କନ୍‌କାକାଫ୍ ଟିମ୍ ହୋଇଛି । ଏହା ପୂର୍ବରୁ ମେକ୍ସିକୋ, ହଣ୍ଡୁରାସ୍ ଏବଂ ଆମେରିକା ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking