27.1 C
Bhubaneswar
Monday, November 18, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଜାତିସଂଘରେ ରୁଷ୍ ବିରୋଧୀ ନିନ୍ଦା ପ୍ରସ୍ତାବ ଗୃହୀତ, ଭାରତ ପୁଣି ଭୋଟଦାନରୁ ବିରତ

ଜାତିସଂଘରେ ରୁଷ୍ ବିରୋଧୀ ନିନ୍ଦା ପ୍ରସ୍ତାବ ଗୃହୀତ, ଭାରତ ପୁଣି ଭୋଟଦାନରୁ ବିରତ

ଜାତିସଂଘ: ଆଜି ଜାତିସଂଘର ସାଧାରଣ ପରିଷଦ (ୟୁଏନ୍‌ଜିଏ)ରେ ରୁଷ୍ ବିରୋଧରେ ଆଗତ ଏକ ନିନ୍ଦା ପ୍ରସ୍ତାବ ଅନୁମୋଦିତ ହୋଇଛି । ୧୯୩ ସଦସ୍ୟ ବିଶିଷ୍ଟ ଏହି ପରିଷଦର ବୈଠକରେ ୧୪୧ ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବାବେଳେ ୫ ସଦସ୍ୟ ପ୍ରସ୍ତାବକୁ ବିରୋଧ କରିଥିଲେ । ଅପରପକ୍ଷରେ ଭାରତ, ଚୀନ୍‌, ପାକିସ୍ତାନ, ଇରାକ୍ ଓ ଇରାନ୍ ସମେତ ୩୫ଟି ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିବା ଜଣାପଡିଛି । ବିରୋଧୀ କରିଥିବା ୫ଟି ରାଷ୍ଟ୍ର ହେଲେ ରୁଷ୍‌, ବେଲାରୁଷ୍‌, ଉତ୍ତର କୋରିଆ, ଇରିଟ୍ରିୟା ଓ ସିରିୟା । ପୂର୍ବରୁ ନିରାପତ୍ତା ପରିଷଦରେ ଆଗତ ଏଭଳି ଏକ ପ୍ରସ୍ତାବକୁ ୧୧ଟି ରାଷ୍ଟ୍ର ସମର୍ଥନ କରିଥିବାବେଳେ ଭାରତ, ଚୀନ୍ ଓ ୟୁଏଇ ଭୋଟଦାନରୁ ବିରତ ରହିଥିଲେ । ତେବେ ରୁଷ୍ ଭିଟୋ କ୍ଷମତା ପ୍ରାୟୋଗ କରିବାରୁ ତାହା କାଟ୍ ଖାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking