24.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶପାଲେଷ୍ଟାଇନକୁ ୨.୫ ନିୟୁତ ଡଲାର ଦେଲା ଭାରତ

ପାଲେଷ୍ଟାଇନକୁ ୨.୫ ନିୟୁତ ଡଲାର ଦେଲା ଭାରତ

ଜେରୁଜେଲମ: ଭାରତ ସରକାର ଇତିମଧ୍ୟରେ ଜାତିସଂଘ ଜରିଆରେ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଉଦ୍ଦେଶ୍ୟରେ ୨.୫ ନିୟୁତ ଡଲାର ଆର୍ôଥକ ଅନୁଦାନ ଦେଇଥିବା ଜଣାପଡିଛି । ଇସ୍ରାଏଲ ବର୍ତ୍ତମାନ ଗାଜା ଉପତ୍ୟକାରେ ଘମାଘୋଟ ଆକ୍ରମଣ ଜାରି ରଖିଥିବାବେଳେ ପାଲେଷ୍ଟାଇନର ଲକ୍ଷାଧିକ ଲୋକ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଖାଦ୍ୟ, ପାନୀୟ ଜଳ, ଔଷଧପତ୍ର ଏବଂ ପେଟ୍ରୋଲ/ଡିଜେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସେମାନଙ୍କ ପାଇଁ ଉପଲବ୍ଧ ହୋଇପାରୁନାହିଁ । ଗାଜାରେ ସହସ୍ରାଧିକ ଅଟ୍ଟାଳିକା ଧ୍ୱଂସ ହୋଇଥିବାବେଳେ ଶରଣାର୍ଥୀମାନେ ହସ୍ପିଟାଲ ଓ ଅସ୍ଥାୟୀ ଶିବିରରେ ଆଶ୍ରୟ ନେଇଛନ୍ତି । ପଞ୍ଜିକୃତ ହୋଇଥିବା ପାଲେଷ୍ଟିନୀୟ ଶରଣାର୍ଥୀଙ୍କ ପାଇଁ ଜାତିସଂଘ ପକ୍ଷରୁ ୟୁନାଇଟେଡ ନେସନ୍‌ସ ରିଲିଫ୍ ଆଣ୍ଡ୍ ୱାର୍କସ ଏଜେନ୍ସି ସଂସ୍ଥା ସ୍ଥାପନ କରାଯାଇଛି ।

ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡିକ ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ସ୍ୱେଚ୍ଛାକୃତଭାବେ ଏହି ସଂସ୍ଥାକୁ ଅନୁଦାନ ଦେଇଥାନ୍ତି । ଏହି ଅର୍ଥକୁ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ରିଲିଫ୍ ଓ ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରାଯାଇଥାଏ । ଜେରୁଜେଲମରେ ସୋମବାର ଆୟୋଜିତ ଏକ ଉତ୍ସବରେ ପାଲେଷ୍ଟାଇନରେ ଅବସ୍ଥାପିତ ଭାରତର ପ୍ରତିନିଧି (ରାଷ୍ଟ୍ରଦୂତ) ରେଣୁ ଯାଦବ ଜାତିସଂଘ ସଂସ୍ଥାର ବରିଷ୍ଠ ଅଧିକାରୀ ରମଲ୍ଲାଙ୍କୁ ଏହି ଚେକ୍ ହସ୍ତାନ୍ତର କରିଛନ୍ତି । ଆସନ୍ତା ଦୁଇବର୍ଷ ମଧ୍ୟରେ ଭାରତ ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ଆଉ ୧୦ ନିୟୁତ ଡଲାର ଆର୍ôଥକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି । ବର୍ତ୍ତମାନ ଜୋଡ୍ରାନ, ଲେବାନନ୍‌, ସିରିୟା, ୱେଷ୍ଟ୍ ବ୍ୟାଙ୍କ, ଇଷ୍ଟ ଜେରୁଜେଲମ ଏବଂ ଗାଜା ଉପତ୍ୟକାରେ ପ୍ରାୟ ୫୬ ଲକ୍ଷ ପାଲେଷ୍ଟାଇନ ଶରଣାର୍ଥୀ ବାସ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking