କଟକ : ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍ । ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍ । ଫଳରେ ଅଧାରୁ ଅଟକି ରହିଲା ମ୍ୟାଚ୍ । ଭାରତରର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ । ଏହି ସମୟରେ ଲିଭି ଯାଇଥିଲା ଫ୍ଲଡ ଲାଇଟ୍ । ଟିମ ଇଣ୍ଡିଆ ୬ ଓଭର ଗୋଟିଏ ବଲରେ ୪୮ ରନ୍ କରିଥିଲା ।
ଭାରତ ଆଗରେ ୩୦୫ ରନର ବିଜୟଲକ୍ଷ୍ୟ ରଖିଛି । ୩୦୪ ରନରେ ଅଲଆଉଟ ହୋଇଛି ଇଂଲଣ୍ଡ । ରବୀନ୍ଦ୍ର ଜାଡେଜା ୩ଟି ୱିକେଟ ନେଇଛନ୍ତି । କଟକ ବାରବାଟୀରେ ଦିନିକିଆ ମ୍ୟାଚ ଇଂଲଣ୍ଡ ଭାରତ ମଧ୍ୟରେ ଚାଲିଥିବାବେଳେ ଇଂଲଣ୍ଡର ତୃତୀୟ ୱିକେଟର ପତନ ଘଟିଛି ।ବାରବାଟୀରେ ଟସ୍ ଜିତିଲା ଇଂଲଣ୍ଡ । ଫିଲ୍ଡିଂ କରିବ ଭାରତ। ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ୫ ବର୍ଷ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଖେଳ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି।