14.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶଭାରତ-ଚୀନ ସମ୍ପର୍କ ଏବେ ସ୍ୱାଭାବିକ ନାହିଁ : ଜୟଶଙ୍କର

ଭାରତ-ଚୀନ ସମ୍ପର୍କ ଏବେ ସ୍ୱାଭାବିକ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ : ଚୀନ ସହିତ ଭାରତର ସମ୍ପର୍କ ସ୍ୱାଭାବିକ ଅବସ୍ଥାରେ ନାହିଁ ବୋଲି କହିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ।
ଆଜି ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ଇ’ଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ୧୯୯୩-୯୬ରେ ସ୍ୱାକ୍ଷରିତ ଶାନ୍ତି ଓ ସଦ୍ଭାବ ଚୁକ୍ତିର ବିପରୀତ ସୀମାରେ ବିପୁଳ ସଂଖ୍ୟକ ସୈନ୍ୟଙ୍କ ଉପସ୍ଥିତି ଯୋଗୁଁ ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ୱାଭାବିକ ନାହିଁ । ଯେଉଁ ଦିନ ପର୍ଯ୍ୟନ୍ତ ସୀମାରେ ସୈନ୍ୟ ଥିବେ ସଂପର୍କରେ ସ୍ୱାଭାବିକତା ଆସିବ ନାହିଁ । ଏବେ ବି ଦୁଇଦେଶ ମଧ୍ୟରେ କେତେକ ଉତ୍ତେଜନା ପ୍ରବଣ ଅଞ୍ଚଳ ରହିଛି ।

ତେବେ ପେଙ୍ଗାୟାଂ ସୋ ସମେତ କେତେକ ବିବାଦୀୟ ଅଞ୍ଚଳରେ ଥିବା ଉତ୍ତେଜନା ହ୍ରାସ ଦିଗରେ ସଫଳତା ମିଳିଛି । ଏହାକୁ କିପରି ଆଗେଇ ନିଆଯିବ ସେ ସଂପର୍କରେ ଆଜି ଆଲୋଚନା ହୋଇଥିଲା । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏହା ପୂର୍ବରୁ ଚୀନ ବିଦେଶ ମନ୍ତ୍ରୀ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିଥିଲେ । ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଜାରିରହିଥିବା ଉତ୍ତେଜନା ଉଭୟ ପକ୍ଷଙ୍କ ପାଇଁ ଶୁଭଙ୍କର ନୁହେଁ । ଏଣୁ ସୀମାରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ରାଜି ହୋଇଛି । ଖୁବ ଶୀଘ୍ର ଏହି ପ୍ରକ୍ରିୟା ସଂପୂର୍ଣ୍ଣ ହେବ ବୋଲି ୱାଙ୍ଗ ଇ ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking