28.1 C
Bhubaneswar
Sunday, June 23, 2024
Homeଓଡିଶାଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ କଳିଙ୍ଗ ସିଏସଆର ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ପୁରସ୍କାର

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ କଳିଙ୍ଗ ସିଏସଆର ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ପୁରସ୍କାର

ଭୁବନେଶ୍ଵର: କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍) ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ (ଜେଏସପି)କୁ ଗୋଲ୍ଡ ବର୍ଗରେ ସମ୍ମାନଜନକ କଳିଙ୍ଗ ସିଏସ୍ଆର୍ ଆଣ୍ଡ୍ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ ୨୦୨୪ ପ୍ରଦାନ କରାଯାଇଛି । ଜୁନ୍ ୮, ୨୦୨୪ ରେ ଭୁବନେଶ୍ୱରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଲେସୋଥୋ ସାମ୍ରାଜ୍ୟର  ଉଚ୍ଚାୟୁକ୍ତ ମହାମହିମ ଶ୍ରୀମତୀ ଲେବୋହାଙ୍ଗ ଭାଲେଣ୍ଟାଇନ୍ ମୋଚାବା ଏବଂ ବାଂଲାଦେଶର ଉପ-ଉଚ୍ଚାୟୁକ୍ତ ମହାମହିମ ଶ୍ରୀ ଅନ୍ଦଲିବ ଇଲିୟାସ ଏହି ପୁରସ୍କାର ପ୍ରଦାନ କରିଥିଲେ।  ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜେଏସପି ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରଭାବଶାଳୀ ସାମାଜିକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରିଆସୁଛି ।

ଏହି ଅବସରରେ ଜେଏସପି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, ଏହି ସମ୍ମାନଜନକ ପୁରସ୍କାର ପାଇଁ ଜେଏସପି ଚୟନ କରିଥିବାରୁ ଆମେ ମାନ୍ୟବର ଜୁରି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛୁ। ଜେଏସପିରେ ଆମେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ସ୍ୱୀକୃତି ଆମକୁ ଆମର ପଦକ୍ଷେପ ଗୁଡିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ  ପ୍ରେରଣା ଦେବ ।

ଜେଏସପିର ପ୍ରେସିଡେଣ୍ଟ ତଥା ଗୃପ ମୁଖ୍ୟ (ସିଏସଆର) ଶ୍ରୀ ପ୍ରଶାନ୍ତ କୁମାର ହୋତା କହିଛନ୍ତି ଯେ, ଜେଏସପି ଓଡ଼ିଶା ଏବଂ ଭାରତର ବିଭିନ୍ନ ସ୍ଥାନରେ ବହୁମୁଖୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି । ଏହି ପୁରସ୍କାର ସମାଜର ଅବହେଳିତ ବର୍ଗର ଲୋକମାନଙ୍କ ଜୀବନଧାରଣ ମାନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଆମର ପ୍ରଚେଷ୍ଠାର ଏକ ସ୍ୱୀକୃତି ।

ଜେଏସପି ଫାଉଣ୍ଡେସନ ଜରିଆରେ ସ୍ୱାସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ, ଭିତ୍ତିଭୂମି ବିକାଶ, କ୍ରୀଡ଼ା ଓ ଅନ୍ୟାନ୍ୟ କ୍ଷେତ୍ରରେ ଜେଏସପି ବିଭିନ୍ନ ସିଏସ୍ଆର୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି। ଗତବର୍ଷ ଏହି ଇସ୍ପାତ ନିର୍ମାତାକୁ ଦୁଇଟି ବର୍ଗରେ ଜାତୀୟ ସିଏସଆର ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା ।

ଆଇକ୍ୟୁଇଏମ୍ଏସ୍ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ସିଏସ୍ଆର୍ ଏକ୍ସଲେନ୍ସ ଆୱାର୍ଡ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକଳାପରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ସଂସ୍ଥାଗୁଡ଼ିକୁ ସମ୍ମାନିତ କରିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking