21.1 C
Bhubaneswar
Thursday, January 23, 2025
Homeଖେଳଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ : ରବି-ରୋହିତଙ୍କ କମାଲ, ୬ ୱିକେଟରେ ଜିତିଲା ଭାରତ

ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ : ରବି-ରୋହିତଙ୍କ କମାଲ, ୬ ୱିକେଟରେ ଜିତିଲା ଭାରତ

କୋଲକାତା: ଇଡେନ ଗାର୍ଡେନରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟିଟ୍ବେଣ୍ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ପଦାର୍ପଣରେ ରବି ବିଶ୍ନୋଇଙ୍କ ଘାତକ ବୋଲିଂ ଓ ରୋହିତ ଶର୍ମାଙ୍କ ବିସ୍ଫୋରଣ ବ୍ୟାଟିଂ ବଳରେ ଇଣ୍ଡିଜକୁ ୬ ୱିକେଟରେ ହରାଇଛି ଭାରତ। ୧୮.୫ ଓଭରରେ ୪ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ବିଜୟ ହାସଲ କରି ନେଇଥିବା ଭାରତ। ଘାତକ ବୋଲିଂ କରିଥିବା ରବି ବିଶ୍ନୋଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି।

ପ୍ରଥମେ ଟସ ଜିତି ରୋହିତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଇଣ୍ଡିଜ ପକ୍ଷରୁ ପ୍ରଥମେ ବ୍ରଣ୍ଡନ କିଙ୍ଗ ଓ କେଲି ମେୟର୍ସ ପାଳି ଆରମ୍ଭ କରିଥିଲେ। ମାତ୍ର ୪ ରନ କରି କିଙ୍ଗ ଆଉଟ ହୋଇଥିଲେ। ଏହାପରେ ପୂରନ ଅପରାଜିତ ମେୟର୍ସଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ। ଦଳୀୟ ସ୍କୋର ୫୧ ବେଳକୁ ମେୟର୍ସ ବ୍ୟକ୍ତିଗତ ୩୧ ରନ କରି ଆଉଟ ହୋଇଥିଲେ। ଏହାପରେ ଦୁଇ ବ୍ୟାଟ୍ସମ୍ୟାନ ରଷ୍ଟନ ଚେଜ(୪) ଓ ରୋଭମାନ ପାୱେଲ(୨) ବିଫଳ ହୋଇଥିଲେ। ପ୍ରଥମ ମ୍ୟାଚ ଖେଳୁଥିବା ରବି ଭଭୟଙ୍କୁ ଆଉଟ କରିଥିଲେ। ଅନ୍ତିମ ଭାଗରେ ଅଧନାୟକ ପୋଲାର୍ଡ ୧୯ ବଲରେ ୨୪ ରନ ସଂଗ୍ରହ କରିଥିଲେ। ନିକୋଲାସ ପୂରନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଇଣ୍ଡିଜ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇ ପାରିଥିଲା। ଭାରତକୁ ୧୫୮ରନ ଟାର୍ଗେଟ ହେଇଥିଲା ୱେଷ୍ଟଇଣ୍ଡିଜ। ରବି ଓ ପଟେଲ ୨ଟି ଲେଖାଏଁ ୱିକେଟ ହାତେଇଥିଲେ। ଭୁବନେଶ୍ବର, ଚହର ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

୧୫୮ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ। ଦୁଇ ଓପନର ରୋହିତ ଓ ଇଶାନ ଆକ୍ରମଣତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ। ରୋହିତଙ୍କ ବ୍ୟାଟିଂକୁ ବ୍ରେକ ଦେବା ଇଣ୍ଡିଜ ବୋଲରଙ୍କ ପାଇଁ କାଠି କର ପାଠ ହୋଇଥିଲା। ଭଭୟ ୬୪ ରନ ଭାଗିଦାରୀ କରିଥିଲେ। ଅଷ୍ଟମ ଓଭରରେ ରୋହିତ ରଷ୍ଟନ ଚେଜଙ୍କ ବଲରେ ଛକା ମାରି କ୍ୟାଚ ଆଉଟ ହୋଇଥିଲେ। ୧୯ ବଲରେ ୪୦ ରନ କରି ଦଳକୁ ଏକପ୍ରକାର ଦୃଢ ସ୍ଥିତିରେ ପହଞ୍ଚାଇ ପାଭିଲିୟନ ଫେରିଥିଲେ ରୋହିତ। ବିରାଟ କୋହଲି ଓ ଇଶାନ ମିଶି ଦଳୀୟ ସ୍କୋରକୁ ୯୩ରେ ପହଞ୍ଚାଇଥିଲେ। କିଷାନ ଆଉଟ ହେବା ପରେ ସ୍ଥିତି ଟିକେ ଟଳମଳ ହୋଇଥିଲା।
୧୧୪ ରନରେ ଭାରତ ୪ ୱିକେଟ ହରାଇଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟର ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ୭ ଟି ବଲ ବାକି ଥାଇ ୬ ୱିକେଟରେ ମ୍ୟାଚ କବଜା କରି ନେଇଥିଲା ଟିମ ଇଣ୍ଡିଆ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking