27.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶରେଳବାଇ ପକ୍ଷରୁ ଦୁର୍ଘଟଣା କ୍ଷତିପୂରଣ ରାଶି ବୃଦ୍ଧି

ରେଳବାଇ ପକ୍ଷରୁ ଦୁର୍ଘଟଣା କ୍ଷତିପୂରଣ ରାଶି ବୃଦ୍ଧି

ନୂଆଦିଲ୍ଲୀ: ରେଲବାଇ ବୋର୍ଡ ପକ୍ଷରୁ ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ କ୍ଷତିପୂରଣ ବାବଦ ରାଶିକୁ ବୃଦ୍ଧି କରାଯାଇଛି । ୨୦୧୨-୧୩ରେ ଏହା ଶେଷଥର ପାଇଁ ବୃଦ୍ଧି କରାଯାଇଥିଲା । ବିଜ୍ଞପ୍ତି ଅନୁଯାୟୀ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ, ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଏବଂ ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏପରିକି ଜଗୁଆଳୀ ଥିବା ଲେଭଲକ୍ରସିଂ ଫାଟକ ନିକଟରେ ଟ୍ରେନ୍ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ମଧ୍ୟ ଅନୁରୂପ କ୍ଷତିପୂରଣ ରାଶି ପାଇବେ ବୋଲି କୁହାଯାଇଛି ।

ପୂର୍ବରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର, ଗୁରୁତର ଆହତଙ୍କୁ ୨୫ ହଜାର ଏବଂ ସାମାନ୍ୟ ଆହତଙ୍କୁ ୫୦୦୦ ଟଙ୍କାର କ୍ଷତିପୂରଣ ମିଳୁଥିଲା । ଟ୍ରେନ୍ ଉପରେ ଆତଙ୍କବାଦୀ ଆକ୍ରମଣ, ଆକ୍ରୋଶମୂଳକ ଆକ୍ରମଣ ଏବଂ ଡକାୟତିକୁ ଦୁର୍ଘଟଣାଭାବେ ମଧ୍ୟ ଗ୍ରହଣ କରାଯିବ । ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିବା ପ୍ରତ୍ୟେକ ଗୁରୁତର ଆହତଙ୍କ ପାଇଁ ଦୁର୍ଘଟଣାର ୩୦ ଦିନ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପର୍ଯ୍ୟନ୍ତ ଦୈନିକ ୩୦୦୦ ଟଙ୍କା ପ୍ରଦାନ କରାଯିବ ।

ଅପରପକ୍ଷରେ ଆତଙ୍କବାଦୀ ଆକ୍ରମଣ କିମ୍ବା ଡକାୟତିର ଶିକାର ହୋଇଥିବା ଗୁରୁତର ଆହତଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେବା ପର୍ଯ୍ୟନ୍ତ ଦୈନିକ ୧୫୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ତେବେ ଜଗୁଆଳୀ ବିହୀନ ଲେଭଲକ୍ରସିଂ ପାର୍ ହେଉଥିବା କିମ୍ବା ବଗି ଉପରେ ଚଢି ହାଇଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତାହତର ଶିକାର ହେଉଥିବା ବ୍ୟକ୍ତି କ୍ଷତିପୂରଣ ପାଇବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking