28.1 C
Bhubaneswar
Sunday, June 15, 2025
Homeଓଡିଶାପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ରେଡ୍‌

ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ରେଡ୍‌

ଭୁବନେଶ୍ୱର : ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିତୁଙ୍କ ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ବାସଭବନ ଓ ବନେଇକଳା ଛକରେ ଥିବା ଖଣି ଅଫିସରେ ରେଡ୍ କରୁଛି ଆୟକର ବିଭାଗ। ଟ୍ୟାକସ୍ ଫାଙ୍କିବା ଅଉିଯୋଗରେ ଏହି ରେଡ୍ ହେଉଥିବା ଜଣାପଡ଼ିଛି।

ଆୟ ବିଭାଗର ୨ ଟିମ୍‌ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଆୟ ବିଭାଗ ବନେଇକଳା ଛକରେ ଥିବା ଖଣି ଅଫିସରେ କାମ କରୁଥିବା କର୍ମଚାରୀଙ୍କ ମୋବାଇଲ ଫୋନ୍ ସିଜ୍ କରିଛି। ଏହା ସହ ଜିତୁଙ୍କ ଅଫିସ ଓ ଘରେ କାଗଜପତ୍ର ଯାଞ୍ଚ କରୁଛି। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଆୟକର ବିଭାଗ ଜିତୁଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking