30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶଗଣେଶ ପୂଜାରେ ଅଘଟଣ; ପୋଖରୀରେ ବୁଡି ୪ ନାବାଳିକା ମୃତ

ଗଣେଶ ପୂଜାରେ ଅଘଟଣ; ପୋଖରୀରେ ବୁଡି ୪ ନାବାଳିକା ମୃତ

ରାଞ୍ଚି: ପୋଖରୀରେ ବୁଡି ୪ ନାବାଳିକା ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡ ଗିରିଡିହର ପେଠିୟାଟାଣ୍ଡ ନିକଟ ସୋନା ମହତୋ ପୋଖରୀରେ । କରମା ପୂଜା ପାଇଁ ପୋଖରୀରେ ଗାଧୋଇବା ବେଳେ ଘଟିଛି ଅଘଟଣ । ସୂଚନା ମୁତାବକ, ଆଜି(ମଙ୍ଗଳବାର) କରମା ପୂଜା ପାଇଁ ବାଲି ଆଣିବାକୁ ଓ ସ୍ନାନ କରିବାକୁ ସୋନା ମହତୋ ପୋଖରୀକୁ ଯାଇଥିଲେ ୫ଜଣ ନାବାଳିକା । ସେଠାରେ ଗାଧୋଇବା ସମୟରେ ହଠାତ ଗଭୀର ପାଣିରେ ବୁଡ଼ି ଯାଇଥିଲେ ।

ଘଟଣାସ୍ଥଳରେ ଗ୍ରାମବାସୀ ୫ ଜଣ ନାବାଳିକାଙ୍କୁ ପୋଖରୀକୁ ଯାଇ ଖୋଜିବା ଆରମ୍ଭ କରିଥିଲେ । ଘଟଣାରେ ୩ ଜଣ ନାବାଳିକାଙ୍କୁ କିଛି ସମୟ ମଧ୍ୟରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ବହୁ ଖୋଜାଖୋଜି ପରେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ସମସ୍ତ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଅନ୍ୟପଟେ ପାଚମ୍ବା ଥାନା ଦାୟିତ୍ୱରେ ଥିବା ମୁକେଶ ଦିନଲ ସିଂ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପାଣିରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ । ସେପଟେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking