29.1 C
Bhubaneswar
Tuesday, June 3, 2025
Homeଓଡିଶାଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ

ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ

ପୁରୀ : ଆସନ୍ତା ଜାନୁଆରୀ ୧୭ ରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ସେଥିପାଇଁ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ ଅଙ୍କୁରାରୋପଣ କାର୍ଯ୍ୟକ୍ରମ । ୧୫ ତାରିଖ ସକାଳ ୭ ଟା ୩୦ରେ ଆରମ୍ଭ ହେବ ଯଜ୍ଞ କାର୍ଯ୍ୟ । ତେବେ କଉଁ ଜାଗାରେ ଯଜ୍ଞ ଅନୁଷ୍ଠିତ ହେବ ସେନେଇ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଭିଜିଟ୍ କରିଛନ୍ତି ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସମେତ ଏହି ଟିମ୍ ରେ ଅଛନ୍ତି ପରିଚାଳନା କମିଟିର ସଦସ୍ୟ, ଦେଉଳ ପୁରୋହିତ, ଓବିସିସି, ଟାଟା ଅଧିକାରୀ ମାନେ । ଶ୍ରୀମନ୍ଦିର ଉତ୍ତରପୂର୍ବ ଐଶାନ୍ୟ କୋଣରେ ଯଜ୍ଞ ହେବାନେଇ ଚୂଡାନ୍ତ ହେବାପରେ ମାପଚୁପ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସବୁ ପ୍ରକାର ଚେଷ୍ଟା ହେଉଛି | ଚାରି ଦୁଆରରେ ଚାରି ବେଦର ପାଠ ସହ ସାଧୁସନ୍ଥ ଓ ମଠାଧୀଶଙ୍କ ଦ୍ବାରା ଚବିଶ ଘଣ୍ଟିଆ ଅଖଣ୍ଡ ନାମ ସଂକୀର୍ତ୍ତନ କରାଯିବ । ତେବେ ଜାନୁଆରୀ ୧୭ ତାରିଖରେ କର୍ତ୍ତା ଭାବେ ଯୋଗଦେଇ ଯଜ୍ଞ କୁଣ୍ଡରେ ପୂର୍ଣ୍ଣାହୂତି ଦେବେ ଗଜପତି ମହାରାଜା ଦିବ୍ୟସିଂହ ଦେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking