ନୂଆଦିଲ୍ଲୀ: ଆସାମ ସରକାର ୫୮ ବର୍ଷ ପୂର୍ବର ଏକ ନିୟମକୁ ତତ୍କାଳୀନ ପ୍ରଭାବ ପକାଇଛନ୍ତି । ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ଏହି ନିୟମ ଅନୁଯାୟୀ, ଏଣିକି ପତି-ପତ୍ନୀ ଜୀବିତ ଥିବାବେଳେ ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିପାରିବେ ନାହିଁ । ଯଦି ଏହି ନିୟମକୁ କୌଣସି ସରକାରୀ କର୍ମଚାରୀ ଅଣଦେଖା କରନ୍ତି ତେବେ ଉକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଦଣ୍ଡ ବି ଦିଆଯିବ । ଏହି ନିୟମକୁ ୧୯୬୫ରେ ବନା ଯାଇଥିଲ ।
ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶରେ ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହୋଇଛି । ଏଣିକି ଯେଉଁ ସରକାରୀ କର୍ମଚାରୀମାନେ ଏହି ନିୟମ ପାଳନ କରିବେ ନାହିଁ ସେମାନଙ୍କୁ ଚାକିରିରୁ ବରଖାସ୍ତ କରି ଦିଆଯିବ ବୋଲି ବି ଚେତାବନୀ ଦିଆଯାଇଛି । ବିଜ୍ଞପ୍ତିରେ କୁହାଯାଇଛି, ଆସାମ ସିଭିଲ ସର୍ଭିସେସ (ଆଚରଣ) ଅଧିନିୟମ, ୧୯୬୫ର ନିୟମ ୨୬ ଅନୁଯାୟୀ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ନିୟମ ଉଲ୍ଲଂଘନ କରିବା ଉପରେ ଅନୁଶାସନାତ୍ମକ ପ୍ରାଧିକରଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ଉଲ୍ଲଂଘନ କରିଥିବା ସମ୍ପୃକ୍ତ କର୍ମଚାରୀଙ୍କୁ ଜରିମାନା ଦେବା ସହିତ ତାଙ୍କୁ ବାଧ୍ୟତାମୂଳକ ଅବସରର ମଧ୍ୟ ଦିଆଯିବ । ତେବେ ଆସାମ ସରକାରଙ୍କ ଏଭଳି ଘୋଷଣା ଚର୍ଚ୍ଚାରେ ରହିଛି । କେହିକେହି ଏହାକୁ ସମର୍ଥନ ଜଣାଇଥିଲା ବେଳେ ଆଉ କେହି ଏହାକୁ ନେଇ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଇଛଛନ୍ତି ।