37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଏହି ସହରରେ‌ ଆପଣ ଦେଖିବାକୁ ପାଇବେ ପ୍ରତ୍ୟେକ ଘରେ ଯାଆଁଳା ଛୁଆ

ଏହି ସହରରେ‌ ଆପଣ ଦେଖିବାକୁ ପାଇବେ ପ୍ରତ୍ୟେକ ଘରେ ଯାଆଁଳା ଛୁଆ

ନୂଆଦିଲ୍ଳୀ: ଆପଣ ଅନେକ ଯାଆଁଳା ପିଲାଙ୍କୁ ଦେଖିଥିବେ। ମାତ୍ର ଏପରି କୌଣସି ସ୍ଥାନ ଦେଖିଛନ୍ତି କି ଯେଉଁଠାରେ ଖାଲି ଯାଆଁଳା ହିଁ ଯାଆଁଳା ପିଲାଙ୍କ ଭିଡ଼। ଆମେ ଆଜି ସେପରି ଏକ ସହର ବିଷୟରେ ଆପଣଙ୍କୁ କହିବୁ। ଯେଉଁ ସହରେ ଆପଣ ପ୍ରତ୍ୟେକଙ୍କ ଘରେ ଯାଆଁଳା ଶିଶୁ ବା ଲୋକଙ୍କୁ ପାଇବେ। ଏହି ସହରର କେଉଁ ପାର୍କ, କୌଣସି ଦୋକାନ, କାହା ଘରକୁ ଯାଆନ୍ତୁ ଆପଣଙ୍କୁ ଏକା ପରି ଦିଶୁଥିବା ଦୁଇ ଦୁଇ ଜଣ ନଜର ଆସିବେ। ଆପଣ କିଛି ସମୟ ପାଇଁ ଦ୍ବନ୍ଦ୍ବରେ ପଡ଼ିଯିବେ।

ଆମ କହୁଛି ନାଇଜେରିଆର ଇଗ୍‌ବୋରା ସହର ବିଷୟରେ। ଏହାକୁ ଲୋକେ ‘ସିଟି ଅଫ୍‌ ଟ୍ବିଇନ୍ସ’ ବୋଲି ବି କହନ୍ତି। ଏଠାରେ ପ୍ରାୟ ୨ ଲକ୍ଷ ୭୮ ହଜାର ଲୋକ ବସବାସ କରନ୍ତି। ମାତ୍ର ଏଠାରେ ଯାଆଁଳା ଛୁଆଙ୍କ ଜନ୍ମର ମାତ୍ରା ଏତେ ଅଧିକ ଯେ ଏହାକୁ ଲୋକେ ‘ଟ୍ବିନ୍‌ କ୍ୟାପିଟାଲ୍‌’ ବୋଲି ବି କହିଥାନ୍ତି।

ଠାରେ ପ୍ରତି ୧୦୦୦ ଜନ୍ମରେ ୧୫୮ ଯୋଡ଼ି ଯାଆଁଳା ଜନ୍ମିଥାନ୍ତି। ତେବେ ଯଦି ୟୁରୋପ ଓ ଆମେରିକାରେ ଯାଆଁଳା ପିଲା ଜନ୍ମଙ୍କ ତୁଳନା କରିବା ତ ଏଠାରେ ମାତ୍ରା ଖବ୍ କମ୍। ୟୁରୋପରେ ୧୦୦୦ରେ ୧୬ଟି ଯାଆଁଳା ଯୋଡ଼ି ଜନ୍ମ ନେଉଥିବା ବେଳେ ଆମେରିକାର ସଂଖ୍ୟା ରହିଛି ୩୩।

‘ସିଟି ଅଫ୍‌ ଟ୍ବିଇନ୍ସ’ ବା ଯାଆଁଳାମାନଙ୍କ ସହର ଇଗ୍‌ବୋରା ଲାଗ‌ୋସରୁ ୮୦ କିଲୋମିଟର୍‌ ଦୂରରେ ଅବସ୍ଥିତ। ଏଠାରେ ଅଧିକାଂଶ ଚାଷୀ ଓ ଛୋଟ ବେପାରୀମାନେ ବସବାସ କରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking