27.1 C
Bhubaneswar
Friday, July 11, 2025
Homeଖେଳଇଣ୍ଡିଆ ଓପନ୍‌ : ଦ୍ୱିତୀୟ ରାଉଣ୍ଡ୍‌ରେ ଚଲିହା, ସିନ୍ଧୁ ଓ ଶ୍ରୀକାନ୍ତ

ଇଣ୍ଡିଆ ଓପନ୍‌ : ଦ୍ୱିତୀୟ ରାଉଣ୍ଡ୍‌ରେ ଚଲିହା, ସିନ୍ଧୁ ଓ ଶ୍ରୀକାନ୍ତ

ନୂଆଦିଲ୍ଲୀ : ମଙ୍ଗଳବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଇଣ୍ଡିଆ ଓପନ୍ ୱାର୍ଲ୍ଡ ଟୁର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ଦିନରେ ଭାରତର ଯୁବ ଖେଳାଳି ଅସ୍ମିତା ଚାଲିହା ପ୍ରଥମ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି । ଚଲିଆ ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍‌ରେ  ୫ମ ସିଡ୍ ୟେଭ୍‌ଗେନିଆ କୋଜେତ୍‌ସ୍କାୟାଙ୍କୁ ହରାଇ ଟପ୍ ସିଡ୍ ପିଭି ସିନ୍ଧୁଙ୍କ ସହ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ସେହିପରି ୱାର୍ଲ୍ଡ ଚାମ୍ପିଅନ୍ ଲୋକ କିନ୍ ୟିଉ ଓ ଫେଭରିଟ୍ କିଦାମ୍ବୀ ଶ୍ରୀକାନ୍ତ ନିଜ ନିଜର ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି ।
ଲୋହ କାନାଡାର ଝିଆଓଡୋଙ୍ଗ୍ ଶେଙ୍ଗ୍‌ଙ୍କୁ ୧୬-୨୧, ୨୧-୪, ୨୧-୧୩ରେ ହରାଇଥିବା ବେଳେ ଶ୍ରୀକାନ୍ତ ପୂର୍ବତନ ଜୁନିୟର୍ ବିଶ୍ୱ ନଂ୧ ସିରିଲ୍ ବର୍ମାଙ୍କୁ ୨୧-୧୭, ୨୧-୧୦ରେ ହରାଇ ଦ୍ୱତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।

ପୂର୍ବରୁ ଅଣସିଡେଡ୍ ଚଲିହା ମାତ୍ର ୩୧ ମିନିଟ୍ ମଧ୍ୟରେ ୱାର୍ଲ୍ଡ ନଂ୨୮ ରୁଷୀୟ ଖେଳାଳି ୨୪-୨୨,୨୧-୧୬ରେ ପରାସ୍ତ କରିଥିଲେ । ସେହିପରି ଡବଲ୍ ଅଲିମ୍ପିକ୍ ପଦକ ବିଜୟିନୀ ପିଭି ସିନ୍ଧୁ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ନିଜର ଦେଶର ଶ୍ରୀ କ୍ରିଷ୍ଣା ପ୍ରିୟା କୁଦାରାଭାଲିଙ୍କୁ ୨୧-୫, ୨୧-୧୬ରେ ହରାଇ ଦେଇଥିଲେ । ତେବେ ଭାରତୀୟ ଚିରାଗ ସେନ୍ ପୁରୁଷ ସିଙ୍ଗଲ୍ସର ଏକ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ମାଲେସିଆର ସୁଙ୍ଗ୍ ଜୁ ଭେନ୍‌ଙ୍କଠାରୁ ୮-୨୧, ୭-୨୧ରେ ପରାଜିତ ହୋଇଛନ୍ତି । ଦ୍ୱିତୀୟ ରାଉଣ୍ଡ୍‌ରେ ଚଲିହା ଫ୍ରାନ୍ସର ୟାଲେ ହୋୟାଉକ୍ସଙ୍କୁ ଭେଟିବେ । ୟାଲେ ପ୍ରଥମ ରାଉଣ୍ଡ୍‌ରେ ଭାରତର ରିଆ ମୁଖାର୍ଜୀଙ୍କୁ ୨୧-୧୪, ୨୧-୧୩ରେ ହରାଇ ଦେଇଥିଲେ ।

ସେହିପରି ସିନ୍ଧୁ ପରବର୍ତ୍ତୀ ରାଉଣ୍ଡ୍‌ରେ  ଇଜିପ୍ଟର ହାନି ଡୋହା ଓ ଭାରତର ଇରା ଶର୍ମାଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ । ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ଶ୍ରୀକାନ୍ତ ଡେନ୍‌ମାର୍କର କିମ୍ ବ୍ରୁନ୍‌ଙ୍କୁ ଭେଟିବେ । ବ୍ରୁନ୍ ଭାରତର ଶୁଭଙ୍କର ଦେ’ଙ୍କୁ ୨୧-୯, ୧୮-୨୧, ୨୧-୧୪ରେ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଦିନର ପ୍ରଥମ ସେସନ୍‌ରେ ଖେଳାଯାଇଥିବା ଅନ୍ୟମ ମ୍ୟାଚ୍ ମଧ୍ୟରେ କେ ସାଇ ପ୍ରତୀକ ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ମିକ୍ସଡ୍ ଡବଲ୍ସ ଯୋଡ଼ି ଇଶାନ୍ ଭଟନାଗର ଓ ତନିଷା କାଷ୍ଟ୍ରୋଙ୍କୁ ୨୧-୧୬, ୧୬-୨୧, ୨୧-୧୭ରେ ହରାଇ ଦେଇଛନ୍ତି । ପୁରୁଷ ଡବଲ୍ସରେ ଟପ୍ ସିଡ୍ ଇଣ୍ଡୋନେସିଆର ମହମ୍ମଦ ଏହସାନ୍ ଓ ହେଣ୍ଡ୍ରା ସେତିଆୱାନ୍ ଭାରତର ପ୍ରେମ୍ ସିଂହ ଚୌହାନ୍ ଓ ରାଜେଶ ବର୍ମାଙ୍କୁ ୨୧-୧୮, ୨୧-୧୦ରେ ହରାଇ ଅଭିଯାନ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking