ଧାନବାଦ: ମଙ୍ଗଳବାର ଝାଡ଼ଖଣ୍ଡର ଧାନବାଦରେ ଏକ ଆପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ହୋଇ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଓ ୮ ଜଣ ମହିଳା ଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ହୋଇଥିବା ଆପାର୍ଟମେଣ୍ଟର ନାମ ଆର୍ଶୀବାଦ ଟାୱାର ଏବଂ ଏହା ସହରର ଅନ୍ୟତମ ପ୍ରମୁଖ ଅଞ୍ଚଳ ଜୋର୍ଫାଟକରେ ଅବସ୍ଥିତ । ଗତ ମଙ୍ଗବଳାର ଏହି ଆର୍ଶୀବାଦ ଟାୱାର ଆପାର୍ଟମେଣ୍ଟରେ ରହୁଥିବା ସୁବୋଧ ଶ୍ରୀବାସ୍ତବଙ୍କ ଝିଅଙ୍କ ବିବାହ ସିଦ୍ଧି ବିନାୟକରେ ଚାଲିଥିଲା । ବିବାହ ବେଦୀରେ ବସିଥିବା ଶ୍ୱାତୀ ବାରମ୍ବାର ନିଜ ମା’ ଓ ଭାଇଙ୍କୁ ଖୋଜୁଥିଲା । କିନ୍ତୁ ସେ କି ଜାଣିଥିଲା ସେ ବିବାହ ବେଦୀରେ ବସିଥିବା ବେଳେ ଆପାର୍ଟମେଣ୍ଟରେ ଲାଗିଥିବା ନିଆଁ ଆଁରେ ତାଙ୍କ ମା’, ଭଉଣୀ, ଦାଦା ଓ ଖୁଡ଼ି ସମେତ ୧୫ଜଣଙ୍କ ଜୀବନ ଚାଲିଯାଇଛି ବୋଲି । ବିବାହ ସରିବା ପରେ ସେ ଯେତେବେଳେ ଏହି ଅଘଟଣ ବିଷୟରେ ଜାଣିଥିଲେ ସ୍ତବ୍ଧ ହୋଇଯାଇଥିଲେ ।
ଏମିତି କି କାନ୍ଦି ବି ପାରି ନଥିଲେ । କିଛି ସମୟ ପରେ ବିବାହ ମଣ୍ଡପରେ ମା’ ଓ ଭଉଣୀ ସହିତ ସମ୍ପର୍କୀୟଙ୍କୁ ହରାଇ ଭୋଭୋ ହୋଇ କାନ୍ଦି ଅଚେତ ହୋଇ ପଡ଼ିଥିଲେ ଶ୍ୱାତୀ । ବରଘର ଲୋକଙ୍କ ସହିତ ତାଙ୍କ ନିଜଲୋକ ତାଙ୍କୁ ସମ୍ଭାଳିଥିଲେ । ଝାଡ଼ଖଣ୍ଡର ଧାନବାଦ ଆର୍ଶୀବାଦ ଟାୱାର ଆପାର୍ଟମେଣ୍ଟ?ରେ ମଙ୍ଗଳବାର ସନ୍ଧ୍ୟା ୬.୩୦ ସମୟରେ ନିଆଁ ଲାଗି ଯାଇଥିଲା । ପ୍ରଥମେ ତୃତୀୟ ମହଲାରେ ନିଆଁ ଲାଗିଥିବା ବେଳେ ଆଖି ପିଛୁଳାକେ ଏହା ନିଆଁ ଚାରି ଆଡ଼କୁ ବ୍ୟାପି ଯାଇଥିଲା । ୨୦ଟି ଅଗ୍ନି ନିର୍ବା?ପକ ଦଳ ନିଆଁ ଲିଭା କାର୍ଯ୍ୟରେ ମୁତୟନ ହୋଇଥିଲେ । ୩୦ରୁ ଅଧିକ ଲୋକଙ୍କୁ ଅଗ୍ନି ନିର୍ବାପକ ଦଳ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଆହତ ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ପାଟଳିପୁତ୍ର ନର୍ସିଂ ହୋମ୍ରେ ଭର୍ତ୍ତି କରାଯାଇଛି । ଆଜି ଭିତରେ ଏହି ଘଟଣାରେ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।