ପୁରୀ: ରାତିପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା । ପୂର୍ବରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ଧୂପ ପରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀଜୀଉଙ୍କ ଆଜ୍ଞାମାଳ ଧରି ରଥଖଳାକୁ ଆସିଛନ୍ତି ସେବାୟତ । ତିନି ରଥରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଛି । ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଲ ଲାଗି ହୋଇଛି । ଏହାପରେ ତିନି ରଥକୁ ଦକ୍ଷିଣ ମୋଡ କରି ରଥଖଳାରୁ ସିଂହଦ୍ୱାର ଚକଡା ନିକଟକୁ ଟାଣି ଟାଣି ଆଣିବେ ସେବାୟତ । ଆଉ ତିନି ରଥ ସିଂହଦ୍ୱାର ଆଗରେ ସ୍ଥାନିତ ହେବ ।
ଲୁହା ତାରରେ ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ