31.1 C
Bhubaneswar
Monday, June 17, 2024
Homeଓଡିଶାସମ୍ବଲପୁରରେ ୧୪୪ ଧାରା ଲାଗୁ

ସମ୍ବଲପୁରରେ ୧୪୪ ଧାରା ଲାଗୁ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଲାଗିଲା ୧୪୪ ଧାରା । ଆସନ୍ତାକାଲି ନିର୍ବାଚନକୁ ଦୃଷ୍ଟିରେ ରଖି  ୧୪୪ ଧାରା ଲାଗାଯାଇଛି। ୨୬ ତାରିଖ ପଯ୍ୟନ୍ତ ଜାରି ରହିବ । ଏ ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା କାଲି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି  । ଏହି ପର୍ୟ୍ୟାୟରେ ୬ ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ଏହି ପର୍ୟ୍ୟାୟରେ  ଭୁବନେଶ୍ୱର, କଟକ, ସମ୍ବଲପୁର ,ପୁରୀ, କେଉଁଝର, ଢେଙ୍କାନାଳ ରେ ହେବ ଭୋଟିଂ । ୬୪ ସାଂସଦ ପ୍ରାର୍ଥୀ ଓ ୩୮୩ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ପୋଲିଂ ପାର୍ଟି ମଧ୍ୟ ବୁଥ ମୁହାଁ ହୋଇଛନ୍ତି  । ଏନେଇ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି  ।  ସମ୍ବଲପୁର ଲୋକସଭା ଆସନରୁ ସର୍ବାଧିକ ୧୪ ଜଣ ସାଂସଦ ପ୍ରାର୍ଥୀ ଥିବା ବେଳେ ପୁରୀରେ ସର୍ବନିମ୍ନ ୭ ଜଣ ସାଂସଦ ପ୍ରାର୍ଥୀ ଅଛନ୍ତି । ସେହିପରି ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୧୫ ପ୍ରାର୍ଥୀ ଥିବା ବେଳେ ଆଠମଲ୍ଲିକ, ଛେଣ୍ଡିପଦା, କଟକ ସଦର ଓ କୁଚିଣ୍ଡାର ସର୍ବନିମ୍ନ ୪ଜଣ ଲେଖାଏଁ ବିଧାୟକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ।ଦେଖନ୍ତୁ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking