28.1 C
Bhubaneswar
Wednesday, July 23, 2025
Homeଓଡିଶାଓଡ଼ିଶାରେ ଲୋଗୋକୁ ନେଇ ଗଣ୍ଡଗୋଳ, କୋଟିଆରେ ଷ୍ଟିକର ମାରି ପଳାଇଲା ଆନ୍ଧ୍ର

ଓଡ଼ିଶାରେ ଲୋଗୋକୁ ନେଇ ଗଣ୍ଡଗୋଳ, କୋଟିଆରେ ଷ୍ଟିକର ମାରି ପଳାଇଲା ଆନ୍ଧ୍ର

ଭୁବନେଶ୍ୱର: ଓଡ଼ିଶାରେ ଆବାସ ଯୋଜନାରେ ନିର୍ମାଣ ହେଉଥିବା ପକ୍କା ଘରେ ଲାଗିବ କାହାର ଲୋଗୋ? ଏହାକୁ ନେଇ ରାଜ୍ୟରେ ଅନେକ ସମୟରେ ଦୁଇ ରାଜନୈତିକ ଦଳ- ବିଜେଡି ଓ ବିଜେପି ମଧ୍ୟରେ କନ୍ଦଳ ଦେଖିବାକୁ ମିଳେ। ହେଲେ ଏହାରି ଭିତରେ କୋଟିଆରେ ଆବାସ ଯୋଜନାର ତିଆରି ହୋଇଥିବା ଘରେ ଆନ୍ଧ୍ରପ୍ରଦେଶ ଷ୍ଟିକର ମାରି ପଳାଇ ଯାଇଛି। ଖାଲି ଷ୍ଟିକର ମାରି ନାହାନ୍ତି, ଆନ୍ଧ୍ର ପ୍ରଦେଶର ଅଧିକାରୀମାନେ ସେଠାରେ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରିଥିଲେ। କୋଟିଆର ତଳସେମ୍ବି ଓ ଉପରସେମ୍ବି ଗାଁରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ଘର ନିର୍ମାଣ କରିଥିଲେ। ତିଆରି ହୋଇଥିବା ଘରର ଡାହାଣ ପାର୍ଶ୍ୱରେ ବିଜୁ ପଟ୍ଟନାୟକ ଫଟୋ ଥିବା ‘ବିଜୁ ପକ୍କା ଘର’ ଲୋଗୋ ଲାଗିଛି। ଆଉ ବାମ ପାର୍ଶ୍ୱରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଫଟୋ ଥିବା ଷ୍ଟିକର ଲାଗିଛି। ଆନ୍ଧ୍ର ଅଧିକାରୀମାନେ ଏହି ଦୁଇ ଗାଁରେ ବୁଲି ବୁଲି ଘରେ ଘରେ ଜଗନ ଷ୍ଟିକର ଲଗାଇଛନ୍ତି। ଓଡ଼ିଶା ସରକାରଙ୍କ ଲୋଗୋ ଥିବା ସତ୍ତ୍ୱେ ଆନ୍ଧ୍ର ଷ୍ଟିକର ମାରିଥିବା ଦେଖିବାକୁ ମିଳିଛି। ଏଥିସହ ସର୍ଭେ କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking