26.1 C
Bhubaneswar
Monday, July 14, 2025
Homeଓଡିଶାଓଡିଶାରେ ନେତା ମନ୍ତ୍ରୀ ଭ୍ରଷ୍ଟାଚାରରେ ଲିପ୍ତ: ବୈଜୟନ୍ତ ପଣ୍ଡା

ଓଡିଶାରେ ନେତା ମନ୍ତ୍ରୀ ଭ୍ରଷ୍ଟାଚାରରେ ଲିପ୍ତ: ବୈଜୟନ୍ତ ପଣ୍ଡା

ଝାରସୁଗୁଡା: ଝାରସୁଗୁଡା ଲାଇକେରାରେ ବିଜେପିର ମାରାଥନ ନିର୍ବାଚନ ପ୍ରଚାର । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଗୋଟିଏ ପଟେ ଦେଶ ମୋଦିଙ୍କ ନେତୃତ୍ୱରେ ଆଗକୁ ବଢୁଛି,ଏଠି ୨୩ବର୍ଷ ହେଲା ଗୋଟିଏ ସରକାର କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ମୋଯି ସରକାରଙ୍କ ଯୋଜନାକୁ ଲାଗୁ ନକରି ଏଠି ଲୁଟ କରାଯାଉଛି । ୨୩ବର୍ଷ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ୩୩% ଜଳସେଚନ କରିବେ, କେତେ ପ୍ରତିଶତ ଜମି ପାଇଁ ଜଳସେଚନ ହୋଇଛି ଜବାବ ଦିଅନ୍ତୁ । ଗୋଟିଏ ପଟେ ନୂଆ ଭାରତ ନିର୍ମାଣ,ଓଡିଶାରେ ଚାଲିଛି ଗୁଣ୍ଡାରାଜ । ତଥ୍ୟୁ ଅନୁସାରେ ଦେଶରେ ସବୁଠୁ ବେଶୀ ହିଂସା ଓଡିଶାରେ ହେଉଛି ବୋଲି ସ୍ପଷ୍ଟ କରିଛନ୍ତି ବୈଜୟନ୍ତ ପଣ୍ଡା । ଯୋଗୀଙ୍କ ନେତୃତ୍ୱରେ ୟୁପିରେ ମାଫିଆ ସଫା ହୋଇଛନ୍ତି । ଅନ୍ୟପଟେ ଓଡିଶାରେ ମାଫିଆ ରାଜ ବଢିଚାଲିଛି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ଏଠାକାର ନେତା ,ମନ୍ତ୍ରୀ,ଦୁର୍ନୀତି,ଦୁଷ୍କର୍ମ,ଭ୍ରଷ୍ଟାଚାର ଏବଂ ହତ୍ୟାରେ ଲିପ୍ତ ଅଛନ୍ତି । ୨୦୨୪ରେ ପୁଣି ମୋଦି ସରକାର,ଆଉ ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବେ ବୋଲି ସ୍ପଷ୍ଟ କଲେ ବୈଜୟନ୍ତ ପଣ୍ଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking