28.1 C
Bhubaneswar
Saturday, June 14, 2025
Homeଅପରାଧଗାଜିଆବାଦରେ ନିର୍ଭୟା କାଣ୍ଡ: ନର୍ସଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କଲେ ୫ ଯୁବକ

ଗାଜିଆବାଦରେ ନିର୍ଭୟା କାଣ୍ଡ: ନର୍ସଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କଲେ ୫ ଯୁବକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଗାଜିଆବାଦରେ ଦିଲ୍ଲୀର ଜଣେ ମହିଳାଙ୍କ ସହ ନିର୍ଭୟା ଭଳି ଅମାନୁଷିକ କାଣ୍ଡ ଘଟିଛି । ୫ ଜଣ ଯୁବକ ତାଙ୍କୁ ଅପହରଣ କରିନେଇ ୨ ଦିନ ଧରି ଗଣଦୁଷ୍କର୍ମ କରିଛନ୍ତି । କେବଳ ସେତିକି ନୁହେଁ, ଯୌନାଙ୍ଗରେ ରଡ୍‌ ପୂରାଇ ଅଭିଯୁକ୍ତମାନେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଏବେ ପୀଡ଼ିତାଙ୍କର ଚିକିତ୍ସା ଜିଟିବି ହସ୍ପିଟାଲରେ ଚାଲିଛି । ପୁଲିସ ଏହି ଘଟଣାରେ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଜଣେ ଫେରାର ଅଛି । ପୀଡ଼ିତା ଓ ଅଭିଯୁକ୍ତ ପୂର୍ବରୁ ପରସ୍ପରର ପରିଚିତ ।

ସେମାନଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଥିବା କଥା ପୁଲିସ କହିଛି । ୩୭ ବର୍ଷୀୟା ପୀଡ଼ିତା ପେସାରେ ନର୍ସ । ସେ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ରହୁଥିଲେ । ଅକ୍ଟୋବର ୧୬ରେ ଭାଇଙ୍କର ଜନ୍ମଦିନରେ ସାମିଲ ହେବାକୁ ସେ ଗାଜିଆବାଦ ପହଞ୍ଚିଥିଲେ । ପାର୍ଟି ଶେଷ ହେବାପରେ ଫେରିବା ଲାଗି ଆଶ୍ରମ ରୋଡ୍‌ରେ ନନ୍ଦଗ୍ରାମ ହାଇୱେରେ ଥିବା ଅଟୋଷ୍ଟାଣ୍ଡରେ ଭାଇ ତାଙ୍କୁ ଛାଡ଼ି ଆସିଥିଲେ । ସେଠାରେ ସେ ଅଟୋକୁ ଅପେକ୍ଷା କରିଥିବାବେଳେ ଏକ ସ୍କର୍ପିଓ କାର୍‌ ଆସି ଅଟକିଥିଲା । ସେଥିରେ ୪ ଜଣ ଥିଲେ । ସେମାନେ ବନ୍ଧୁକ ଦେଖାଇ ତାଙ୍କୁ ଉଠାଇ ଏକ ଶୂନଶାନ୍‌ ଜାଗାକୁ ନେଇଯାଇଥିଲେ । ସେଠାରେ ପୂର୍ବରୁ ଜଣେ ଲୋକ ଉପସ୍ଥିତ ଥିଲେ । ୫ ଜଣ ମିଶି ୨ ଦିନ ଧରି ପୀଡ଼ିତାଙ୍କୁ ବଳାତ୍କାର କରିଥିଲେ । ସେମାନେ ତାଙ୍କର ଯୌନାଙ୍ଗରେ ରଡ୍‌ ପୂରାଇ ଦେଇଥିଲେ । ଏହାପରେ ହାତଗୋଡ଼ ବାନ୍ଧି ଅଖାରେ ଭର୍ତ୍ତି କରି ନନ୍ଦଗ୍ରାମ ଥାନା କ୍ଷେତ୍ରରେ ରାସ୍ତା କଡ଼ରେ ଫିଙ୍ଗି ପଳାଇଥିଲେ । ସେପଟେ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ମଧ୍ୟ ଘଟଣା ସଂପର୍କରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking