30.1 C
Bhubaneswar
Sunday, May 4, 2025
Homeଓଡିଶାକଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ବାରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ...

କଟକରେ ପୁଣି ଜୀବନ ନେଲା ମୁକୁଳା ଡ୍ରେନ, ବାରପଥର ଅଞ୍ଚଳରେ ମୁକୁଳା ଡ୍ରେନରେ ପଡି ଜଣେ ମୃତ

କଟକ: ମୁକୁଳା ଡ୍ରେନରେ ପଡି ପୁଣି ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଛି । କଟକ ବାରପଥର ଅଞ୍ଚଳରେ ଜଣେ ବ୍ୟକ୍ତି ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି । ସଫେଇ କରିବା ସମୟରେ କର୍ମଚାରୀ ଜଣଙ୍କ ମୁକୁଳା ଡ୍ରେନ ଭିତରକୁ ଖସିପଡିଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ମିଶାଇ ଗତ ୪ ଦିନ ମଧ୍ୟରେ ମୁକୁଳା ଡ୍ରେନରେ ପଡି ୨ଜଣଙ୍କର ମୃତ୍ୟୁ ହେଲାଣି ।
ବ୍ୟକ୍ତି ଜଣଙ୍କ ଡ୍ରେନରେ ପଡିବାର କିଛି ସମୟ ମଧ୍ୟରେ ସ୍ଥାନୀୟ ଲୋକ ଜାଣିବାକୁ ପାଇ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା । ହେଲେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କରିବାରେ ବିଳମ୍ବ କରିବା କାରଣରୁ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି । ମୃତକଙ୍କ ଶବକୁ କଟକ ବଡ ମେଡିକାଲକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ କଟକରେ ଅନେକ ଡ୍ରେନ ମୁକୁଳା ପଡିଛି । ଲୋକମାନେ ଯିବା ଆସିବା କରିବା ସମୟରେ ଟିକେ ଅସାବଧାନ ହେଲେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏଭଳି କି ବେଳେ ବେଳେ ଲୋକଙ୍କ ଜୀବନ ଚାଲିଯାଉଛି । ତେଣୁ ତୁରନ୍ତ ପ୍ରଶାସନ ଏହା ଉପରେ ପଦକ୍ଷେପ ନେବା ସହ ଡ୍ରେନର ମୁ୍କୁଳା ସ୍ଥାନରେ ବ୍ୟାରିକେଟ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking