29.7 C
Bhubaneswar
Thursday, June 5, 2025
Homeଦେଶ ବିଦେଶ୮ ହଜାର ବର୍ଷ ପୁରୁଣା ପିରାମିଡକୁ ଦୁନିଆଠୁ କଣ ପାଇଁ ଲୁଚାଇ ରଖିଛି ଚୀନ

୮ ହଜାର ବର୍ଷ ପୁରୁଣା ପିରାମିଡକୁ ଦୁନିଆଠୁ କଣ ପାଇଁ ଲୁଚାଇ ରଖିଛି ଚୀନ

ନୂଆଦିଲ୍ଲୀ: ଚୀନ୍ ଅନେକ ଜିନିଷ ଳୁଚାଇ ରଖିଛି । ଯାହାକୁ ସେ  ବିଶ୍ୱ ସାମ୍ନାକୁ ଆସିବାକୁ ଦେଇନଥାଏ । ଚୀନରେ ଏମିତି ହିଁ ରହସ୍ୟମୟ ପିରାମିଡ ରହିଛି,  ଯାହା ବିଷୟରେ ଦୁନିଆକୁ କୌଣସି ପ୍ରକାରର ତଥ୍ୟ ନାହିଁ । ଏହି ରହସ୍ୟମୟ ପିରାମିଡର ସୁରକ୍ଷା ଚୀନ ସେନା କରନ୍ତି । ବିଶ୍ୱାସ କରାଯାଏ, ଏହି ପିରାମିଡରେ ଚୀନର ଇତିହାସ ସହିତ ଅନେକ ବଡ ରହସ୍ୟ ଜଡିତ ଥାଇପାରେ । ଯେଉଁ କାରଣରୁ ଡ୍ରାଗନ ଏହାକୁ ବିଶ୍ୱରୁ ଲୁଚାଇ ରଖିଛି ।
ଏହି ପିରାମିଡ୍ ଚାଇନାର ସିୟାନ ସହରଠାରୁ ପ୍ରାୟ ୧୦୦ କିଲୋମିଟର ଦୂରରେ ଥିବା ଜଙ୍ଗଲ ମଧ୍ୟରେ ଅବସ୍ଥିତ । ପିରାମିଡ ଆକାରରେ ନିର୍ମିତ ଏହି ପାହାଡଗୁଡିକର ରହସ୍ୟ ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉନ୍ମୋଚିତ ହୋଇପାରିନାହିଁ । ଶତାବ୍ଦୀ ଶତାବ୍ଦୀ ଧରି ଚାଇନା ପିରାମିଡର ରହସ୍ୟ ଲୁଚାଇ ରଖିଛି । ୧୯୧୨ ମସିହାରେ ଫ୍ରେଡ ମେୟର ଶ୍ରୋଡର ନାମକ ଜଣେ  ଆମେରିକୀୟ ବ୍ୟବସାୟୀ ସେଠାରେ ପହଂଚିଥିଲେ । ଏହା ପରେ ବିଶ୍ୱକୁ ଏହି ପିରାମିଡଗୁଡିକ ବିଷୟରେ ସୂଚନା ମିଳିଥିଲା ।
ଆମେରିକୀୟ ବ୍ୟବସାୟୀ ତାଙ୍କ ଡାଏରୀରେ ଏହାର ଖୁଲାସା କରିଛନ୍ତି । ସେ କହିଥିଲେ ଯେ ଏହି ଜଙ୍ଗଲରେ ୧୦୦୦ ଫୁଟ ଉଚ୍ଚ ଏବଂ ଏପରିକି ତା ଠାରୁ ବି ଅଧିକ ଲମ୍ବା ପିରାମିଡ ଅଛି । ଏହାପରେ ଆମେରିକାର ବାୟୁସେନା ପାଇଲଟ ଜେମ୍ସ ଗୋଜମାନ ଏହି ପିରାମିଡ ଦେଖିଥିଲେ । ସେ କହିଥିଲେ ଯେ ଏହା ମିଶର ର ଗ୍ରେଟ ପିରାମିଡଠାରୁ ବି ଉଚ୍ଚ ଏବଂ ଏହା ଉପରେ କ୍ରିଷ୍ଟାଲ ଭଳି ରତ୍ନ ଲାଗିଥିଲା ।
ଜର୍ମାନ ଅନୁସନ୍ଧାନକାରୀ ହାର୍ଟୱିଗ ହାଉସଡର୍ଫ ୯୦ ଦଶକରେ ଏହି ପିରାମିଡ ଖୋଜିବାକୁ ଚେଷ୍ଟା କରିଥିଲେ । କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା । ଚୀନ୍ ସେନା ସେମାନଙ୍କୁ ସୁରକ୍ଷା ଦେଉଥିବା ସେ ସୂଚନା ପାଇଥିଲେ । କୁହାଯାଏ ଯେ ଏହି ୮୦୦୦ ବର୍ଷ ପୂରୁଣା ପିରାମିଡରେ ଗଛ ଏବଂ ଘାସ ଉଠି  ହୋଇଛି । ଦୂରରୁ ଏହା ଏକ ପାହାଡ ପରି ଦେଖାଯାଏ । ପାଖରୁ ମଧ୍ୟ ଏହାକୁ ଦେଖାଯାଇପାରିବ । ବିଶ୍ୱାସ କରାଯାଏ ଯେ ରାଜକୀୟ ଲୋକମାନଙ୍କୁ ଏଗୁଡିକରେ ସମାଧି ଦିଆଯାଇଛି । ତେଣୁ ଏହାର ସୁରକ୍ଷା କରାଯାଏ ।

ପାଶ୍ଚାତ୍ୟ ଦେଶଗୁଡିକର ପ୍ରତ୍ନତତ୍ୱବିଦମାନେ ମିଳିଥିବା କିଛି ଫଟୋ ଦେଖିବା ପରେ ଦାବି କରିଛନ୍ତି ଯେ ତା ଉପରେ ବୁଦା ଲଗାଯାଇଛି । ଯାହା ଦ୍ୱାରା ଏହି ରହସ୍ୟ ଦୁନିଆରୁ ଗୁପ୍ତ ହୋଇ ରହିପାରିବ । ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏଠାରେ ମୂଲ୍ୟବାନ ସାମଗ୍ରୀକୁ ଲୁଚାଇ ରଖାଯାଇଛି । ସେଥିପାଇଁ ଚୀନ୍ ସେନା ଏଠାରେ କଡା ପ୍ରହରା ଦେଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking