ରଙ୍ଗେଈଲୁଣ୍ଡା : ଓଡିଶା ମୋ ପରିବାର ସହାୟତାରେ ଚେନ୍ନାଇରେ ମୃତ୍ୟୁବରଣ କରିଥିବା ଜଣେ ଓଡିଆ ଶ୍ରମିକଙ୍କ ଶବ ନିଜ ଗ୍ରାମ ରଙ୍ଗେଈଲୁଣ୍ଡା ବ୍ଲକ ହଳଦିଆପଦର ପଞ୍ଚାୟତ ହରିଜନ ସାହିରେ ଆଜି ପହଞ୍ôଚଛି । ମୃତ ଶ୍ରମିକ ଜଣଙ୍କ ହଳଦିଆପଦରର ବିପ୍ର ଚରଣ ଦାସ(୪୪)ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମୃତ ବିପ୍ର କିଛି ବର୍ଷ ହେଲା ଚେନ୍ନାଇରେ କୌଣସି ଏକ ସଂସ୍ଥାରେ ଶ୍ରମିକ ଭାବେ କାମ କରୁଥିଲେ । ଗତ କିଛି ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଚେନ୍ନାଇ ସହରର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ୧ ତାରିଖରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।
ବିପ୍ରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଶବ ଆଣିବା ପାଇଁ ସମର୍ଥ ହୋଇପାରିନଥିଲେ । ଏନେଇ ବିପ୍ରଙ୍କ ପରିବାର ସରପଞ୍ଚ ଦଣ୍ଡପାଣି ବେହେରା ଓ ସମିତିସଭ୍ୟ କେ. ପ୍ରବୀଣ କୁମାରଙ୍କୁ ଘଟଣା ସମ୍ପର୍କରେ କହିଥିଲେ । ସରପଞ୍ଚ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶଙ୍କୁ ଚେନ୍ନାଇରୁ ଶବ ଗାଁକୁ ଆଣିବାକୁ ଅନୁରୋଧ କରିଥିଲେ । ଏନେଇ ଶ୍ରୀ ଦାଶ ଓଡିଶା ମୋ ପରିବାର ଆମ୍ବୁଲାନ୍ସ ଯୋଗାଡ଼ କରିବା ସହ ଆଜି ଅପରାହ୍ନରେ ହଳଦିଆପଦରରେ ଶବ ପହଞ୍ôଚଥିଲା । ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ୱରୀ ଦୋରା, ବ୍ରହ୍ମପୁର ସାଂସଦ ପ୍ରତିନିଧି ତଥା ବ୍ଲକ ସଭାପତି ଅଜିତ କୁମାର ଦାଶ, ବିଶିଷ୍ଟ ସମାଜସେବୀ ରାମହରୀ ପାତ୍ର ପ୍ରମୁଖ ପହଞ୍ôଚ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଏନେଇ ମୃତକଙ୍କ ପରିବାର ଓ ସରପଞ୍ଚ, ସମିତି ସଭ୍ୟ, ଓଡିଶା-ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ।