27.1 C
Bhubaneswar
Sunday, June 30, 2024
Homeଓଡିଶାଭଦ୍ରକରେ ମାତିଲେ ଲୁଟେରା, ଗାଡ଼ି ଡିକି ଭାଙ୍ଗି ନେଇଗଲେ ଟଙ୍କା ଓ ସୁନା ଗହଣା

ଭଦ୍ରକରେ ମାତିଲେ ଲୁଟେରା, ଗାଡ଼ି ଡିକି ଭାଙ୍ଗି ନେଇଗଲେ ଟଙ୍କା ଓ ସୁନା ଗହଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ମାତିଲେ ଚୋର। ଦୋକାନ ବଜାର ସହ ଗାଡ଼ି ଡିକି ଭାଙ୍ଗି ଲୁଟି ନେଉଛନ୍ତି ଟଙ୍କା ଓ ଗହଣା। ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ସ୍ଥିତ ଏସ୍‌ବିଆଇ ଏଟିଏମ୍‌ ସମ୍ମୁଖରୁ ଏଭଳି ଲୁଟ ହୋଇଛି। ଚୋର ବାଇକ ଡିକି ଭାଙ୍ଗି ନଗଦ ଟଙ୍କା ସହ ୩୯ ଗ୍ରାମ ଓଜନର ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଶଶିକାନ୍ତ ପୃଷ୍ଟି ନାମକ ଜଣେ ବ୍ୟବସାୟୀ ବାଇକ ରଖି ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ। ଟଙ୍କା ଉଠାଇ ଆସିଲା ବେଳକୁ ବାଇକ୍‌ର ଡିକି ଖୋଲାଥିବା ଦେଖିଥିଲେ। ତେବେ ଗାଡିରେ ଥିବା ନଗଦ ୪୦ ହଜାର ଟଙ୍କା , ୩୯ ଗ୍ରାମ ଓଜନର ସୁନା ଅଳଙ୍କାର ସହ ବ୍ୟାଙ୍କ ପାସବୁକ ଓ କେତେକ କାଗଜପତ୍ର ଚୋରି ହୋଇଯାଇଥିଲା। ଏ ନେଇ ସେ ଶଶିକାନ୍ତ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ଭଦ୍ରକରେ ବାରମ୍ବାର ଚୋରି ଲୁଟ୍ ହେଉଥିବାରୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାଧାରଣରେ ପ୍ରଶ୍ନ ଉଠିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking