30.1 C
Bhubaneswar
Monday, September 30, 2024
Homeରାଜନୀତି୨୦୨୪ରେ ବିଜେଡିକୁ ପୁରୀ ସମୁଦ୍ରରେ ଭସାଇ ଦେବୁ: ଜୁଏଲ୍‌

୨୦୨୪ରେ ବିଜେଡିକୁ ପୁରୀ ସମୁଦ୍ରରେ ଭସାଇ ଦେବୁ: ଜୁଏଲ୍‌

ଭୁବନେଶ୍ୱର: ବିଜେଡିକୁ ପୁରୀ ସମୁଦ୍ରରେ ଭସାଇଦେବୁ । ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଏହା କହିଛନ୍ତି । ସେ କହିଛନ୍ତି, ଆମେ କେନ୍ଦ୍ରରେ ଆସିଗଲୁଣି । ଆଉଥରେ ମୋଦୀଜୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ । ତେଣୁ ଏବେ ଆମର ବଦଲା ନେବାର ସମୟ ଆସିଛି । ବିଚାରଧାରା ଆଧାରରେ ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ବିଜେଡି ସହ ୯ ବର୍ଷ ଶାସନରେ ଥିଲୁ । ଆମେ ବିଜେଡି ସହ ମିଶି ମିଳିତ ସରକାର କରିଥିଲୁ । ସେମାନେ ଡୁବି ଯାଉଥିବା ବେଳେ ୧୯୯୭-୯୮ରେ ଶାସନରେ ବସାଇଥିଲୁ । ତାଙ୍କୁ ପୁଣି ଥରେ ପୁରୀ ସମୁଦ୍ରକୁ ପେଲିଦେବୁ । ବିଜେଡି ବିଜେପିକୁ ଧୋକା ଦେଇଛି ।

ଏବେ ଆମେ ପ୍ରତିଶୋଧ ନେବୁ । ୨୦୨୪ରେ କେନ୍ଦ୍ର ସହ ରାଜ୍ୟରେ ସରକାର ଗଢ଼ିବୁ । ଏନେଇ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇସାରିଛି । କେବଳ ଜୁଏଲ ନୁହନ୍ତି; ଓଡ଼ିଶା ଗସ୍ତରେ ଆସିଥିବା ଜଣେ ପରେ ଜଣେ କେନ୍ଦ୍ରୀୟ ବିଜେପି ନେତା ଓ ମନ୍ତ୍ରୀ ଏଭଳି ବିବାଦୀୟ ବୟାନ ଦେଇ ଚାଲିଛନ୍ତି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଓଡ଼ିଶାର ୨୧ ଲୋକସଭା ଆସନକୁ ବିଜେପି ଅକ୍ତିଆର କରିବ ବୋଲି ବୟାନ ଦେବା ପରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ସିବିଆଇ ବା ଇଡି ଦ୍ୱାରା ଦୁର୍ନୀତିରେ ସଂପୃକ୍ତ ଓଡ଼ିଶାର ନେତାଙ୍କୁ ସମନ କରାଯିବ ବୋଲି ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ରାଜ୍ୟରେ ରାଜନୀତି ଉଷ୍ଣ ହୋଇଥିଲା । ଏବେ ଜୁଏଲ୍‌ଙ୍କ ବୟାନ ପରେ ରାଜନୀତି ସର୍‌ଗରମ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking