29.1 C
Bhubaneswar
Saturday, July 27, 2024
Homeଅପରାଧଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ; ୨୫ ହଜାର ଟଙ୍କା ଜରିମାନା

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ; ୨୫ ହଜାର ଟଙ୍କା ଜରିମାନା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଏବଂ ସେସନ ଜଜ୍‌ ସନ୍ଦୀପ ପଟ୍ଟନାୟକ ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ସ୍ୱର୍ଣ୍ଣରାଜା ଦୀପକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ, ୨୦୧୮ ଅଗଷ୍ଟ ୧୦ ତାରିଖ ସଇନ୍ତଲା ଥାନା ଅନ୍ତର୍ଗତ ବିବିନା ଗ୍ରାମର ଅଭିଯୁକ୍ତ ସ୍ୱର୍ଣ୍ଣରାଜା ବଳପୂର୍ବକ ଜଣେ ଯୁବତୀଙ୍କୁ ବଳାତ୍କାର କରିବା ସହ ଏକଥା ପ୍ରଘଟ କଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା ।

ଘଟଣାକୁ ନେଇ ସଇନ୍ତଲା ଥାନାରେ ଅଭିଯୋଗ ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ତେବେ ମାମଲାରେ ୧୪ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଭିଯୁକ୍ତକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ପୂର୍ବରୁ ଜାମିନରେ ଥିବା ବେଳେ ଆଜି କୋର୍ଟଙ୍କ ରାୟ ପ୍ରକାଶ ପରେ ଟିଟିଲାଗଡ଼ ଉପକାରାଗାରକୁ ପଠାଇ ଦିଆଯାଇଛି । ସରକାରୀ ଓକିଲ ରାଧାକାନ୍ତ ପାଢ଼ୀ ଓ ରବୀନ୍ଦ୍ର ନାରାୟଣ ଭୋଇ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking