28.1 C
Bhubaneswar
Saturday, July 27, 2024
Homeଓଡିଶାକ୍ରିୟାନୁଷ୍ଠାନ କମିଟିର ରାଇରଙ୍ଗପୁର ଜିଲ୍ଲା ଦାବିନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

କ୍ରିୟାନୁଷ୍ଠାନ କମିଟିର ରାଇରଙ୍ଗପୁର ଜିଲ୍ଲା ଦାବିନେଇ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ବିଜେଡି ସୁପ୍ରିମ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରତିଶୃତି ପାଳନ କରିବାକୁ ଉଦ୍ୟମ ଆରମ୍ଭ କରି ନିକଟରେ ପଦ୍ମପୁର ଜିଲ୍ଲା ଘୋଷଣାକୁ ସବୁଜ ସଂକେତ ଦେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ରାଇରଙ୍ଗପୁର ଉପଖଣ୍ଡକୁ ନୂତନ ଜିଲ୍ଲା ଗଠନ ପାଇଁ ଦାବି ଉପସ୍ଥାପନ କରିଆସୁଛି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି। ଏଥିପାଇଁ ବିଗତ ଦିନରେ ରେଳରୋକ ଓ ରାଇରଙ୍ଗପୁର ବନ୍ଦ ପାଳନ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ ଆଜି ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ରାଇରଙ୍ଗପୁର ବିଜେପିବିଧାୟକ ନବଚରଣ ମାଝୀ, ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତୀ, ବରିଷ୍ଠ ନେତା ମନୋରଞ୍ଜନ ମହାନ୍ତି, ସଂଜୀବ ମହାନ୍ତି, ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧ୍ୟକ୍ଷ ଅଭିଶେକ ପଟ୍ଟନାୟକ, ବିଜୁଶକ୍ତି ଯୋଜନା ଉପଦେଷ୍ଟା ଦୀପ୍ତିମାନ ବଳ, ପଶ୍ଚିମଭାଗ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ଓ ବରିଷ୍ଠ ଆଇନଜିବୀ ରସାନନ୍ଦ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ | ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ନିଜ ନିଜର ସୁଚିନ୍ତିତ ମତପ୍ରକାଶ କରିବା ସହ କରଞ୍ଜିଆ ସହିତ କୌଣସି ମତଭେଦ ନାହିଁ ବୋଲି ମତବ୍ୟକ୍ତ କରିଥିଲେ ଉପସ୍ଥିତ ଅତିଥିମାନେ | କରଞ୍ଜିଆବାସୀ ଚାହିଁଲେ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସହିତ ମିଶି ପାରନ୍ତି। କରଞ୍ଜିଆ ଉପଖଣ୍ଡବାସୀ ନୂତନ କରଞ୍ଜିଆ ଜିଲ୍ଲା କରନ୍ତୁ , ସେଥିରେ ରାଇରଙ୍ଗପୁରବାସୀଙ୍କର କିଛି କହିବାର ନାହିଁ | ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ହେଲେ ଅଞ୍ଚଳବାସୀ ଉପକୃତ ହେବା ସହିତ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ପଛୁଆ ପଡିରହି ଆସିଥିବା ବେଳେ ତାର ଉନ୍ନତି ସାଧିତ ହେବ | ରାଇରଙ୍ଗପୁର ନୂତନ ଜିଲ୍ଲା ଗଠନ ହେଲେ ଶିକ୍ଷାର ମାନଦଣ୍ଡ ସଦୃଢ ହେବ, ରାଇରଙ୍ଗପୁର ଡାକ୍ତରଖାନାର ସମସ୍ୟା ଦୂରିଭୂତ ହେବା ସହିତ ଗମନାଗମନ କହିଲେ ଏଠାରେ ଯୋଗାଯୋଗ ମାଧ୍ୟମ ଟ୍ରେନ ବାଦାମପାହାଡ ରୁ କେନ୍ଦୁଝର ଓ ବାଙ୍ଗିରିପୋଷିରୁ ଗୋରୁମହିଷାଣୀ ପର୍ଯ୍ୟନ୍ତ ରେଳପଥର ବିକାଶ ହେବ | ଆଗାମୀ ଦିନରେ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀର ସଦସ୍ୟଗଣ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜିଲ୍ଲା ଦାବୀକୁ ଅଧିକ ବଳିଷ୍ଠ କରିବେ ବୋଲି ଜିଲ୍ଲାକ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି | ଅନୁଷ୍ଠିତ ବୈଠକରେ ବିଜୁ ମହିଳା ମୋର୍ଚ୍ଚା ସଭାପତି ତନୁଜା ମହାନ୍ତ, ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ସମାଜସେବୀ ଗୋପାଳ ବେଶ୍ରା, ଅଶୋକ ରାଉତ, ବରିଷ୍ଠ ନେତା ପାର୍ଥ ସାରଥୀ କବି, ଇଶାନ ମିଶ୍ର, ରାମଚନ୍ଦ୍ର ହାଁସଦାଃ, ବ୍ୟବସାୟୀ ଅରବିନ୍ଦ ବାଗାଡିଆ, ମୁଚିରାମ ମାଝୀ, ଶାଶ୍ବତ ବଳ, ସୁବାଷ ମଣ୍ଡଳ, ଅଧ୍ୟାପକ ବିଜୟ ରାମ, କାଳୀ ପ୍ରସନ୍ନ ମହାନ୍ତି, କିଶୋର ରଜକ, ରାଇସେନ ମୁର୍ମୁ ଏବଂ ରାଇରଙ୍ଗପୁର ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୃଦ୍ଧିଜୀବୀ, ସାମ୍ବାଦିକବୃନ୍ଦ , ସମସ୍ତ ବ୍ଲକ ଅଧ୍ୟକ୍ଷ , ଜିଲ୍ଲା ପରିଷଦ, ଓଡିଶା ଡ୍ରାଇଭର ସଂଘ ତଥା ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟୀର ସମସ୍ତ ସଦସ୍ୟଗଣ ବୈଠକରେ ସାମିଲ ହୋଇଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking