23.3 C
Bhubaneswar
Thursday, April 3, 2025
Homeଦେଶ ବିଦେଶଭାରତୀୟ କୂଟନୀତିର ପ୍ରଭାବ: ବିଦେଶରେ ବନ୍ଦୀ ୧୦ ହଜାର ଭାରତୀୟଙ୍କୁ ମୁକୁଳାଇଛନ୍ତି ମୋଦୀ ସରକାର

ଭାରତୀୟ କୂଟନୀତିର ପ୍ରଭାବ: ବିଦେଶରେ ବନ୍ଦୀ ୧୦ ହଜାର ଭାରତୀୟଙ୍କୁ ମୁକୁଳାଇଛନ୍ତି ମୋଦୀ ସରକାର

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ସକାରାତ୍ମକ ଏବଂ ନିରନ୍ତର କୂଟନୈତିକ ପ୍ରୟାସ ଗତ ଦଶନ୍ଧି ମଧ୍ୟରେ ବିଭିନ୍ନ ଦେଶରେ ଫସି ରହିଥିବା ହଜାର ହଜାର ଭାରତୀୟ ନାଗରିକଙ୍କୁ ମୁକ୍ତି ଏବଂ କ୍ଷମା ପ୍ରଦାନ କରିବାରେ ସହାୟକ ହୋଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ୟୁଏଇ ଦ୍ୱାରା ୫୦୦ ଭାରତୀୟ କଏଦୀଙ୍କୁୂ କ୍ଷମାପ୍ରଦାନ, ଯାହାକି ଭାରତ ଏବଂ ଉପସାଗରୀୟ ଦେଶ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କକୁୂ ପ୍ରତିଫଳିତ କରୁଛି। ୨୦୧୪ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କୂଟନୈତିକ ଆଲୋଚନା ଏବଂ ଉଚ୍ଚସ୍ତରୀୟ ହସ୍ତକ୍ଷେପ ମାଧ୍ୟମରେ ବିଦେଶରେ ବନ୍ଦୀ ଥିବା ପ୍ରୟା ୧୦,୦୦୦ ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରାଯାଇଛି। ଭାରତ ସବୁବେଳେ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛି।

କୂଟନୈତିକ ପ୍ରୟାସ ମାଧ୍ୟମରେ ଭାରତୀୟ ନାଗରିକଙ୍କୁ ସୁବିଧାର କେତେକ ପ୍ରମୁୂଖ ଉଦାହରଣ ରହିଛି। ୟୁଏଇ ମୋଟ୍ ୨୭୮୩ଜଣ ଭାରତୀୟ କଏଦୀଙ୍କୁ କ୍ଷମାଦାନ ଦେଇଛି। ରମଜାନ୍ ୨୦୨୫ ପୂର୍ବରୁ ୟୁଏଇ ୫୦୦ରୁ ଊର୍ଦ୍ଧ୍ୱ ଭାରତୀୟ କଏଦୀଙ୍କୁ କ୍ଷମାଦାନ ଦେଇଛି। ପୂର୍ବରୁ ୨୦୨୪ରେ ଇଦ୍ ଉଲ୍ ଫିତର ଏବଂ ୟୁଏଇର ଜାତୀୟ ଦିବସ ବଅସରରେ ଏହି ଦେଶ ୯୪୪ଜଣ ଭାରତୀୟ କଏଦୀଙ୍କୁ ମୁକୁଳାଇଥିଲା। ୨୦୨୩ରେ ୟୁଏଇ ଅଧିକାରୀଙ୍କ ଦ୍ୱାରା ୭୦୦ରୁ ଅଧିକ ଏବଂ ୨୦୨୨ରେ ମୋଟ୍ ୬୩୯ଜଣ ଭାରତୀୟ କଏଦୀଙ୍କୁ କ୍ଷମାଦାନ ଦିଆଯାଇଥିଲା। ସେହିପରି ୨୦୧୯ରେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ ତାଙ୍କ ଭାରତ ଗସ୍ତ ଅବସରରେ ୮୫୦ଜଣ ଭାରତୀୟ କଏଦୀଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିକ ସଫଳତା ଥିଲା। ଅନ୍ୟ ଏକ ଘଟଣାକ୍ରମରେ ୨୦୨୩ ମସିହାରେ ଭାରତୀୟ ନୌସେନାର ୮ଜଣ ପୂର୍ବତନ ଅଧିକାରୀଙ୍କୁ କତାରରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଭାରତ ସରକାରଙ୍କ କୂଟନୀତିକ ହସ୍ତକ୍ଷେପ ଯୋଗୁ ସେମାନଙ୍କ ଦଣ୍ଡାଦେଶ ହ୍ରାସ କରାଯାଇଥିଲା। ଏହାପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମୁକ୍ତ ମଧ୍ୟ କରାଯାଇଥିଲା।

ସେହିପରି ଇରାନ୍ ୨୦୨୪ରେ ୭୭ଜଣ ଏବଂ ୨୦୨୩ରେ ୪୩ଜଣ ଭାରତୀୟଙ୍କୁ ମୁକ୍ତ କରିଥିଲା। ଏମାନଙ୍କ ମଧ୍ୟରେ ୧୨ଜଣ ମତ୍ସ୍ୟଜୀବୀ ସାମିଲ ଥିଲେ। ୨୦୧୯ରେ ବାହାରିନ୍ ଏକ ମହତ୍ ପ୍ରୟାସ ସ୍ୱରୂପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଅବସରରେ ଜେଲ୍‌ରେ ବନ୍ଦୀ ଥିବା ୨୫୦ ଭାରତୀୟଙ୍କୁ ମୁକ୍ତ କରିଥିଲା। ୨୦୧୭ରେ କୁଏତ୍‌ର ଅମୀର କୂଟନୀତିକ ଆଲୋଚନା ପରେ ୨୨ଜଣ ଭାରତୀୟଙ୍କୁ ମୁକ୍ତ କରିଥିଲା ଏବଂ ଅନ୍ୟ ୯୭ଜଣଙ୍କ ଦଣ୍ଡାଦେଶକୁ ହ୍ରାସ କରିଥିଲା। ନିୟମିତ ହସ୍ତକ୍ଷେପ ଫଳରେ ଶ୍ରୀଲଙ୍କା ଗିରଫ କରିଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ଏକାଧିକ ଥର ମୁକ୍ତ କରିଛି। ୨୦୧୪ ପରଠାରୁ ଏବେ ସୁଦ୍ଧା ୩୬୯୭ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ମୁକ୍ତ କରିସାରିଛି। ନିୟମିତ ଭାବେ ଭାରତର କୂଟନୀତିକ ହସ୍ତକ୍ଷେପ କାରଣରୁ ୨୦୧୪ ଠାରୁ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୨୬୩୯ ମତ୍ସ୍ୟଜୀବୀ ଏବଂ ୭୧ଜଣ ସାଧାରଣ କଏଦୀଙ୍କୁ ମୁକ୍ତ କରିଛି।

ବିଶ୍ୱର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ସମ୍ପର୍କ କାରଣରୁ ଏଗୁଡ଼ିକ ମଧ୍ୟରୁ ଅନେକ ସଫଳତା ସମ୍ଭବ ହୋଇପାରିଛି। ଏହି ସଫଳ ହସ୍ତକ୍ଷେପଗୁଡ଼ିକ ଭାରତର କ୍ରମବର୍ଦ୍ଧିଷ୍ଣୁ ବିଶ୍ୱସ୍ତରୀୟ କୂଟନୈତିକ ପ୍ରତିଷ୍ଠା ଏବଂ ବିଦେଶରେ ଭାରତୀୟ ନାଗରିକମାନଙ୍କ ସୁରକ୍ଷା ପ୍ରତି ମୋଦୀ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking