24.1 C
Bhubaneswar
Saturday, October 19, 2024
Homeଅପରାଧବେଆଇନ ଲିଙ୍ଗ ନିରୂପଣ: ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ, ଆପତିଜନକ ଯନ୍ତ୍ରପାତି ଠାବ

ବେଆଇନ ଲିଙ୍ଗ ନିରୂପଣ: ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ, ଆପତିଜନକ ଯନ୍ତ୍ରପାତି ଠାବ

କଟକ : ବେଆଇନ ଲିଙ୍ଗ ନିରୂପଣ ସନ୍ଦେହରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ । କଟକ ବାଦାମବାଡ଼ି ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗର ଦୁଇଟି ଟିମ ଚଢାଉ ଜାରି ରଖିଛି। ତିନୋଟି ଜାଗାରେ ଏକା ଥରକେ ଚଢ଼ାଉ ଚାଲିଛି। ଚଢାଉ ବେଳେ କିଛି ଆପତ୍ତି ଜନକ ଯନ୍ତ୍ରପାତି ଠାବ ହୋଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଅନେକ କ୍ଲିନିକରେ ଚଢାଉ କରାଯାଇ ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଅନେକ କ୍ଲିନିକ ଉପରେ ପୂର୍ବରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତଥାପି ରାଜ୍ୟର ଅନେକ ଅଞ୍ଚଳରେ ଲୁଚାଛପାରେ ଏପରି ବେଆଇନ ଲିଙ୍ଗ ନିରୂପଣ କରାଯାଉଥିବା ଖବର ହସ୍ତଗତ ହେଉଛି । ତେଣୁ ସମୃକ୍ତ କ୍ଲିନିକ ଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking