26.1 C
Bhubaneswar
Saturday, January 11, 2025
Homeଓଡିଶାଆରମ୍ଭ ହେଲା ଇଗ୍ନୋ ଶେଷ ଟର୍ମ ପରୀକ୍ଷା

ଆରମ୍ଭ ହେଲା ଇଗ୍ନୋ ଶେଷ ଟର୍ମ ପରୀକ୍ଷା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ଏକାଡେମିକ ପ୍ରୋଗ୍ରାମ୍ ପାଇଁ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଡିସେମ୍ବର-୨୦୨୧ ଟର୍ମ ଏଣ୍ଡ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଏହି ପରୀକ୍ଷା ଆସନ୍ତା  ଏପ୍ରିଲ ୧୧ ପର୍ଯ୍ୟନ୍ତ ଚାଲିବ । ଜେଲ୍ ଅନ୍ତେବାସୀଙ୍କ ପାଇଁ ୧୯ଟି ବିଦେଶୀ କେନ୍ଦ୍ର ଓ ଜେଲରେ ୮୯ଟି କେନ୍ଦ୍ର ସମେତ ବିଶ୍ୱବିଦ୍ୟାଳୟରେ ୮୦୦ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଟର୍ମ-ଏଣ୍ଡ ପରୀକ୍ଷା ଲାଗି ଆବେଦନ କରିଥିବା ଯୋଗ୍ୟ ୬ ଲକ୍ଷ ୭୬ ହଜାର ୭୯୦ ଛାତ୍ରଛାତ୍ରୀଙ୍କୁ ଇତି ମଧ୍ୟରେ ହଲ୍ ଟିକେଟ୍‌(ପରୀକ୍ଷା ଇଣ୍ଡିମେସନ୍ ସ୍ଲିପ୍‌) ପ୍ରଦାନ କରାଯାଇଛି । ପରୀକ୍ଷାର୍ଥୀମାନେ ଇଗ୍ନୋର ୱେବେସାଇଟ୍‌ରୁ ହଲ୍ ଟିକେଟ୍ ଡାଉନଲୋଡ୍ କରିପାରିବେ । କୌଣସି ପରୀକ୍ଷାର୍ଥୀଙ୍କର ହଲ୍ ଟିକେଟ୍ ନଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷାରେ ଭାଗ ନେବାକୁ ଅନୁମତି ଦେବା ଲାଗି କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରୀକ୍ଷାର୍ଥୀଙ୍କ ନାମ ଏହି କେନ୍ଦ୍ରଗୁଡ଼ିକ ତାଲିକାରେ ଥିବା ଦରକାର । ଏଥସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଓ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବୈଧ ପରିଚୟପତ୍ର ଦେଖାଇବାକୁ ପରାମର୍ଶ ଦିଆଯାଇଛି । ପରୀକ୍ଷା ସମୟରେ ହଲ୍ ଭିତରେ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେବାକୁ ଅନୁମତି ଦିଆଯିବ ନାହିଁ । ସରକାରଙ୍କ ଦ୍ୱାରା ଜାରି କରୋନା କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଇଗ୍ନୋ ଭୁବନେଶ୍ୱରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking