30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକମ୍ ବୟସର ଝିଅଙ୍କୁ ବିବାହ କଲେ ହେବ କାର୍ଯ୍ୟାନୁଷ୍ଠାନ; ମିଳିପାରେ ଜେଲ ଦଣ୍ଡ

କମ୍ ବୟସର ଝିଅଙ୍କୁ ବିବାହ କଲେ ହେବ କାର୍ଯ୍ୟାନୁଷ୍ଠାନ; ମିଳିପାରେ ଜେଲ ଦଣ୍ଡ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବକ, ଯୁବତୀମାନେ ଭିନ୍ନ ଭିନ୍ନ ବୟସରେ ବିବାହ କରୁଛନ୍ତି । ଏହାଫଳରେ ଅନେକ ଯୁବତୀ କମ୍ ବୟସରେ ମାଆ ହେଉଥିବା ବେଳେ ଆଉ କିଛି ଅଧିକ ବୟସରେ ଛୁଆଙ୍କୁ ଜନ୍ମ ଦେଇଥାନ୍ତି । ତେବେ ନିକଟରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମହିଳାଙ୍କ ମାଆ ହେବା ବୟସକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମତ ଦେଇଛନ୍ତି । ମହିଳାମାନେ ଉପଯୁକ୍ତ ବୟସରେ ମାଆ ହେବା ଉଚିତ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ମହିଳାମାନେ ଠିକ୍ ସମୟରେ ମାଆ ନହେବା ଫଳରେ ଅନେକ ମେଡିକାଲ ସମସ୍ୟା ଦେଖାଦେଇଥାଏ । କମ୍ ବୟସରେ ବିବାହ ଓ ମାତୃତ୍ୱକୁ ରୋକିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧ । ୨୨ରୁ ୩୦ ବର୍ଷ ହେଉଛି ମହିଳାଙ୍କ ମାତୃତ୍ୱ ପାଇଁ ଉପଯୁକ୍ତ ସମୟ । ୧୪ ବର୍ଷରୁ କମ୍ ବୟସର ଯୁବତୀଙ୍କ ସହିତ ଯୌନ ସମ୍ବନ୍ଧ ରକ୍ଷା କରିବା ଅପରାଧ ଅଟେ । ଯଦିଓ ଜଣେ ଆଇନଗତ ଭାବେ ପତିର ମର୍ଯ୍ୟାଦା ପାଇଥାଏ ତଥାପି ଏହା ଠିକ୍ ନୁହେଁ । ସେହିପରି ମହିଳାଙ୍କ ବିବାହର ଆଇନଗତ ବୟସ ୧୮ ବର୍ଷ ରହିଛି । ତେଣୁ କମ୍ ବୟସର ଯୁବତୀଙ୍କୁ ବିବାହ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏକାଧିକ ଯୁବତୀଙ୍କ ବିବାହ କରୁଥିବା ପୁରୁଷଙ୍କୁ ଆଜୀବନ ଜେଲଦଣ୍ଡ ହୋଇପାରେ ।

ଆସନ୍ତା ୫-୬ ମାସ ମଧ୍ୟରେ ଏପରି ହଜାର ହଜାର ପତିଙ୍କୁ ଗିରଫ କରାଯିବ । ୧୪ ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବିବାହ କରୁଥିବା ପୁରୁଷଙ୍କ ଉପରେ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ଦାୟର କରାଯିବ । ସେହିପରି ୧୪-୧୮ ବୟସର ଯୁବତୀଙ୍କୁ ବିବାହ କରୁଥିବା ଯୁବକଙ୍କ ବିରୋଧରେ ବାଲ ବିବାହ ନିଷେଧ ଅଧିନିୟମ ୨୦୦୬ ଅନୁସାରେ ମକଦ୍ଦମା ଦାୟର କରାଯିବ ବୋଲି ଶର୍ମା କହିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ଏବଂ ବାଲ ବିବାହ ଉପରେ ଲଗାମ ଲଗାଇବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏଥିସହିତ ଏହି ମାମଲାର ଯାଞ୍ଚ ପାଇଁ କଠୋର ଆଇନ ଆଣିବା ସହିତ ପୋସ୍କୋ ଅଧିନିୟମକୁ ଲାଗୁ କରାଯିବ ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking