ଭୁବନେଶ୍ୱର: ଆଜିକାଲି ଅନେକ ଯୁବକ ଉପଯୁକ୍ତ ସମୟରେ ବିବାହ କରୁନାହାନ୍ତି । ହୁଏତ କାହାକୁ କନିଆଁ ମିଳୁନି ତ ଆଉ କିଏ ପାରିବାରିକ କିମ୍ବା କୌଣସି ଅନ୍ୟ କାରଣରୁ ବିବାହ କରିପାରୁନାହାନ୍ତି । କିନ୍ତୁ ଯେଉଁ ଯୁବକମାନେ ଠିକ୍ ସମୟରେ ବିବାହ କରୁଛନ୍ତି ସେମାନଙ୍କର ହାର୍ଟ ଓ ମାନସିକ ରୋଗ କମ୍ ହେଉଥିବା କୁହାଯାଇଛି । ଉପଯୁକ୍ତ ସମୟରେ ବିବାହ କଲେ ଅନେକ ଫାଇଦା ରହିଛି । ଏମିତିକୁ ପୁରୁଷଙ୍କ ଲାଗି ବେଶି ଫାଇଦା ରହିଛି । ରିପୋର୍ଟ ଅନୁସାରେ, ବାହାଘର ହେବା ପରେ ଅଧିକ ସୁସ୍ଥତା ଅନୁଭବ କରନ୍ତି ପୁରୁଷ ।
ଅର୍ଥାତ୍ ଯେଉଁମାନେ ନିଜର ଉପଯୁକ୍ତ ସମୟରେ ବିବାହ କରନ୍ତି ସେମାନେ ମାନସିକ ଓ ହୃଦଘାତ ଜନିତ ରୋଗର କମ୍ ଶିକାର ହୁଅନ୍ତି । ଆମେରିକାର ଗବେଷକମାନେ କହିଛନ୍ତି, ବିବାହ ପରେ ପୁରୁଷମାନେ ଅଧିକ ସୁସ୍ଥ ରୁହନ୍ତି । ଯେଉଁମାନେ ବିବାହ କରିନାହାନ୍ତି ସେମାନଙ୍କର କୌଣସି ରୋଗରେ ମୃତ୍ୟୁ ଅନ୍ୟ ବିବାହିତ ପୁରୁଷଙ୍କ ତୁଳନାରେ ଦୁଇଗୁଣା ଅଧିକ । କୋଲେରାଡୋ ୟୁନିଭର୍ସିଟିର ଡା.କୈଟରିନା ଲେୟବା କହିଛନ୍ତି, କୌଣସି ବ୍ୟକ୍ତିଙ୍କ ରିଲେସନଶିପ ଷ୍ଟାଟସ ଏବଂ ସେମାନଙ୍କର ସୁସ୍ଥ ହେବା ମଧ୍ୟରେ ଏକ ଲିଙ୍କ ରହିଥାଏ । ଏମିତିକି ବିହାହିତ ପୁରୁଷଙ୍କ ସୁସ୍ଥ ହାର ବି ଅଧିକ । କେବଳ ଏତିକି ନୁହେଁ ବରଂ ଉଚ୍ଚ ରକ୍ତଚାପ, ଦୃଦଘାତ ଏବଂ କର୍କଟ ଭଳି ବିପଦଜନକ ରୋଗ ହେବାର ଆଶଙ୍କା ବି କମ୍ ରହୁଥିବା ଗବେଷକମାନେ କହିଛନ୍ତି ।