ନୂଆଦିଲ୍ଲୀ : ସାଧାରଣତଃ ଭିଟାମିନ୍ ଅଭାବରୁ ଅନେକ ରୋଗର ସାମ୍ନା କରିବାକୁ ପଡେ। ପ୍ରାୟତଃ ସମୟ କୁହାଯାଉ ଶରୀରରେ ଭିଟାମିନ୍ କମ୍ ହୋଇଗଲେ ମଧୁମେହ ଏବଂ କୋଲେଷ୍ଟ୍ରୋଲ୍ ଶରୀରରେ ବୃଦ୍ଧି ହୋଇଯାଏ। କିନ୍ତୁ, ସାଧାରଣତ ଏହି ଭିଟାମିନ୍ କମ୍ ହେଲେ ହାତ ପାଦ ଝିମ୍ଝିମ୍ ହୋଇଥାଏ। କୁହାଯାଏ ଶରୀରରେ ଭିଟାମିନ୍ ବି ଏବଂ ଭିଟାମିନ୍ ଇ ର ଅଭାବରୁ ହୋଇପାରେ। ଏହି ଅଭାବ ହେତୁ ଯେପରି ଲାଗେ ପାଦରେ ପିମ୍ପୁଡି ଚଢୁଛି। ଏହି ପରିସ୍ଥିତିରେ ଯନ୍ତ୍ରଣା ମଧ୍ୟ ଉତ୍ପନ୍ନ ହୁଏ। ଏହି ସମସ୍ୟାକୁ କିପରି ଦୂର କରାଯାଇପାରିବ ଚାଲନ୍ତୁ ଜାଣିବା…
ଏହି ଝିମଝିମ୍ ହେଉଥିବା ସମସ୍ୟାକୁ ଦୂରେଇବା ପାଇଁ ନିୟମିତ ଖାଦ୍ୟରେ କିଛି ପରିବର୍ତ୍ତନ କରିବା ଉଚିତ୍। ଏହି ନିମ୍ନଲିଖିତ ଟିପ୍ସ ଯାହା ହାତ ଏବଂ ପାଦର ହେଉଥିବା ସମସ୍ୟାକୁ ହଟାଇବାରେ ସହାୟକ ହେବ।
୧-ଲିଭର ମାଂସ ଖାଇବା ସ୍ଵାସ୍ଥ୍ୟ ପାଇଁ ଲାଭଦାୟକ । ଯାହା ଭିଟାମିନ୍ ବି ର ଏକ ଉତ୍ତମ ଉତ୍ସ ।
୨- ଶାକାହାରୀମାନଙ୍କ ପାଇଁ ସ୍ପ୍ରାଉଟ୍ ଏବଂ ଭେଜିଟେବଲ ତେଲ ଭଲ ବିକଳ୍ପ ।
୩- ଭିଟାମିନ୍ ବି ର ଅଭାବ ପୂରଣ କରିବା ପାଇଁ ସୂର୍ଯ୍ୟମୁଖୀ ତେଲ ଏବଂ ରାଜମା ବି ଖାଇବା ଉଚିତ୍।
୪– ଭିଟାମିନ୍ ଇ ର ଅଭାବକୁ ପୂରଣ କରିବା ପାଇଁ ଆଭୋକାଡୋକୁ ଖାଦ୍ୟରେ ସାମିଲ୍ କରିବା ଆବଶ୍ୟକ।
୫- ବିଶେଷକରି ବାଦାମରେ ଭିଟାମିନ୍ ଇ ଭରପୂର ରହିଥାଏ । ଏଥିପାଇଁ ଡାକ୍ତରମାନେ ବାଦମ ଖାଇବାକୁ ପରାମର୍ଶ ଦିଅନ୍ତି।
୬- ହାତ ଏବଂ ଗୋଡକୁ ମାଡିକି ବସିବା ଉଚିତ୍ ନୁହେଁ । ବସିବା ବେଳେ ଗୋଡ ସିଧା କରି ବସିବା ଉଚିତ୍ ।
୭- ଜୋତା ପିନ୍ଧିବା ବେଳେ କିଛି ସମୟ ପାଦକୁ ବି ଫ୍ରି କରାନ୍ତୁ। ନଚେତ୍ ଜୋତା ଯୋଗୁଁ ରକ୍ତ ପ୍ରବାହ ହୋଇପାରେ ନାହିଁ । ଏଥିପାଇଁ ପାଦରେ ଝିମ୍ଝିମ୍ ହୋଇଥାଏ।