27.1 C
Bhubaneswar
Monday, May 26, 2025
Homeଦେଶ ବିଦେଶବିଲେଇ ରାସ୍ତା କାଟିଲେ ବିଗିଡ଼ିଯାଏ ସବୁ କାମ ! ଅନ୍ଧବିଶ୍ୱାସ ନା ଅନ୍ୟ କାରଣ ?

ବିଲେଇ ରାସ୍ତା କାଟିଲେ ବିଗିଡ଼ିଯାଏ ସବୁ କାମ ! ଅନ୍ଧବିଶ୍ୱାସ ନା ଅନ୍ୟ କାରଣ ?

ନୂଆଦିଲ୍ଲୀ: ରାସ୍ତାରେ ଯାଉଥିବା ବେଳେ କିମ୍ୱା କୌଣସି ଶୁଭ କାମ ପାଇଁ ବାହାରୁଥିବା ବେଳେ ବିଲେଇ ଆମ ଆଗରେ ପାର ହେଇଗଲେ ଏହାକୁ ଅଶୁଭ ବୋଲି କୁହାଯାଏ । ଆପଣ କିଛି ସମୟ ଅଟକିଯାଆନ୍ତି କିମ୍ୱା ଗାଡି ଅଟକାଇ ଠିଆ ହୁଅନ୍ତି । ପଛକୁ ପାଦେ ଫେରି ପୁଣି ପୁର୍ନବାର ଆଗକୁ ଯାଇଥାନ୍ତି। କିନ୍ତୁ କେବେ ଭାବିଛନ୍ତି କି ଆପଣ ଏପରି କାହିଁକି କରନ୍ତି । ଆପଣ ଏହାର ଜବାବ ସ୍ପଷ୍ଟ ଭାବେ ହୁଏତ ଦେଇନପାରିବେ ।
ସାଧାରଣତଃ ସମସ୍ତଙ୍କ ମନରେ ଗୋଟେ ବିଶ୍ଵାସ ରହିଆସିଛି ଯେ ଯଦି ବିଲେଇ ରାସ୍ତା କାଟେ ତେବେ ଏହାକୁ ଅଶୁଭ ବୋଲି ବିଶ୍ଵାସ କରାଯାଏ । ତେବେ ଵିଲେଇ ରାସ୍ତା ପାରି ହେଲେ ଅନେକ ଲୋକ ଅଟକି ଯାଆନ୍ତି । ଏପରି ବି ହୁଏ ବେଳେ ବେଳେ, ଯଦି ବିଲେଇ ଯିବା ସମୟରେ ଅନ୍ୟ ଜଣେ ରାସ୍ତା ପାରି ହୁଏ ତେବେ ତା ସହ ଅଶୁଭ ହୁଏ ବୋଲି କେହି କେହି କୁହନ୍ତି। କିନ୍ତୁ ଅଲଗା ଦେଶରେ ବିଲେଇମାନଙ୍କୁ ଘରର ସଦସ୍ୟ ବୋଲି କୁହାଯାଏ । କିନ୍ତୁ ଭୋପାଳର ବାସିନ୍ଦା ଜ୍ୟୋତିଷ ତଥା ବାସ୍ତୁ ବିଶେଷଜ୍ଞ ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମା କହୁଛନ୍ତି ଯେ ବିଲେଇଙ୍କ ରାସ୍ତା ଅତିକ୍ରମ କରିବା ପ୍ରକୃତରେ ଏକ ଖରାପ ଘଟଣା।
ଆପଣ ବି ଏସବୁକୁ ଅଶୁଭ ବୋଲି ଭାବନ୍ତି କି?

ପ୍ରାଚୀନ କାଳର ବିଶ୍ୱାସ ଅନୁଯାୟୀ ବିଲେଇମାନେ ଘରକୁ ନକାରାତ୍ମକ ଶକ୍ତି ଆଣିଥାନ୍ତି। ସେମାନଙ୍କୁ ଘରେ ରଖିଲେ ଅଶୁଭ ହେଇଥାଏ ଏହିପରି ଅନେକ ଭ୍ରମ ଲୋକମାନଙ୍କ ମଧ୍ୟରେ ରହିଅଛି, ଯେପରିକି ଯଦି ବିଲେଇଟି ବାମରୁ ଡାହାଣକୁ ପାରି ହୁଏ ତେବେ ଏହା ଏକ ଖରାପ ସଙ୍କେତ ଓ ଯଦି ଏହା ଡାହାଣରୁ ବାମକୁ ପାରି ହୁଏ ତେବେ ଏହା ଶୁଭ ବୋଲି କୁହାଯାଏ । ବିଲେଇ କାନ୍ଦିବା ମଧ୍ୟ ଅଶୁଭ ହୋଇଥାଏ। ଏହା ବ୍ୟତୀତ ଯଦି ବିଲେଇ ଘରେ ରଖାଯାଇଥିବା ଖାଦ୍ୟକୁ ନଷ୍ଟ କରେ, ତେବେ ଏହାକୁ ଫିଙ୍ଗି ଦିଆଯାଏ । ଏପରି ଅନେକ ଧାରଣା ଲୋକମାନଙ୍କ ମଧ୍ୟ ରେ ରହିଆସିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking