18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶସୁକମାରେ ‘ଆଇଇଡି’ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସହିଦ, ୭ ଯବାନ ଗୁରୁତର

ସୁକମାରେ ‘ଆଇଇଡି’ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସହିଦ, ୭ ଯବାନ ଗୁରୁତର

ଛତିଶଗଡ : ଶନିବାର ରାତିରେ ଛତିଶଗଡର ସୁକୁମା ଜିଲ୍ଲାର ତାଦମେତଲା ଅଞ୍ଚଳରେ ମାଓବାଦୀଙ୍କ ‘ଆଇଇଡି’ ବିସ୍ଫୋରଣରେ ସିଆରପିଏଫ, ‘କମାଣ୍ଡୋ ବାଟାଲିୟନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍’ (କୋବ୍ରା) ବାଟାଲିୟନ୍ ଉପରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ସହିଦ ହୋଇଥିବା ବେଳେ ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ସୁକମା ଏସପି କହିଛନ୍ତି ଯେ, ସମସ୍ତ ଗୁରୁତର ଆହତ ଯବାନଙ୍କୁ ହେଲିକ୍ଟର ଯୋଗେ ରାୟପୁରକୁ ଅଣାଯାଇଛି। ବାଟରେ ଆସିବା ବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନୀତିନ ହିଁ ସହିଦ ହୋଇଯାଇଥିଲେ। ସେହିପରି ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି, ମାଓବାଦୀମାନେ ବସାଇ ଥିବା ‘ଆଇଇଡି’ ବିସ୍ଫୋରଣ କାରଣରୁ ଶନିବାର ରାତିରେ ନକ୍ସଲ୍ ବିରୋଧୀ ଅଭିଯାନରେ ବାହାରିଥିବା ‘କୋବ୍ରା’ ଟିମ୍ ର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ସମେତ ଆଠଜଣ କର୍ମଚାରୀ ଆହତ ହୋଇଥିଲେ। ରାତି ପ୍ରାୟ ୧୦ଟା ବେଳେ ତାଦମେତଲା ଗାଁ ପାଖ ଜଙ୍ଗଲରେ ସେମାନେ ତଲାସ ଚଳାଇ ଫେରୁଥିବା ବେଳେ ଦୁଇଟି ‘ଆଇଇଡି’ ବିସ୍ଫୋରଣ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking