27.1 C
Bhubaneswar
Friday, March 29, 2024
Homeଅପରାଧଦୁଷ୍କର୍ମ ପରେ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ଦୁଷ୍କର୍ମ ପରେ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ମୟୁରଭଞ୍ଜ: ପ୍ରଥମେ ଦୁଷ୍କର୍ମ, ପରେ ବିବାହ ପ୍ରତିଶ୍ରୁତି ଏବଂ ତା’ପରେ ପ୍ରତାରଣା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲିସ ଅଭିଯୁକ୍ତ ଯୁବକ ଶୁଳିଆପଦା ଥାନା ଅନ୍ତର୍ଗତ ଡ଼ୁମ୍ବୁରଡିହା ଗ୍ରାମର ଜଗନ୍ନାଥ ବିନ୍ଧାଣୀଙ୍କ ପୁଅ ଶିବ ବିନ୍ଧାଣୀ(୨୨)ଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୦ ସନ୍ଧ୍ୟା ୭ଟା ସମୟରେ ଅଭିଯୁକ୍ତ ଶିବ ଅନ୍ୟ ୨ସହଯୋଗୀ ସହିତ ଏକ ଅଟୋରେ ବାରିପଦା ପୌରପରିଷଦରେ ଥିବା ତା’ର ଦୂର ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲା ଏବଂ ଶିବ ଦୂର ସମ୍ପର୍କୀୟଙ୍କ ପରିବାରର ଜଣେ ୨୦ ବର୍ଷିୟା ଅବିବାହିତ ଯୁବତୀଙ୍କୁ ଅଟୋରେ ବସାଇ ଶୁଳିଆପଦା ଫେରି ଯାଉଥିବା ସମୟରେ ଶିବର ସହଯୋଗୀ ସଂପୃକ୍ତ ଯୁବତୀଙ୍କ ମୁହଁରେ କୌଣସି ପଦାର୍ଥ ଲଗାଇ ବେହୋସ୍ କରିଦେଇଥିଲେ । ସଂଜ୍ଞା ଫରିବା ବେଳକୁ ଦିଲ୍ଲୀରେ ଏକ ବନ୍ଦ କୋଠରୀ ଭିତରେ ସେ ରହିଥିବା ଜାଣିବାକୁ ପାଇଥିଲେ । ଉକ୍ତ ବନ୍ଦ କୋଠରୀରେ ଶିବ ଯୁବତୀଙ୍କ ସହିତ ବଳପୂର୍ବକ ବାରମ୍ବାର ଦୁଷ୍କର୍ମ କରିଥିଲା । ଏହି ଘଟଣା ଅନ୍ୟ କାହା ସମ୍ମୁଖରେ ପ୍ରକାଶ କଲେ ଜୀବନ ବର୍‌ବାଦ କରିଦେବାର ଧମକ ଦେଇଥିଲା ।

ପରବର୍ତ୍ତୀ ସମୟରେ ଶିବ ଯୁବତୀଙ୍କୁ ସାଥୀରେ ଧରି ଦିଲ୍ଲୀରୁ ରାଞ୍ଚିରେ ପହଞ୍ଚିଥିଲା ଏବଂ ସେଠାରେ ମଧ୍ୟ ଯୁବତୀକୁ ବାରମ୍ବାର ଯୌନ ନିର୍ଯାତନା ଦେଇ ଅକ୍ଟୋବର ୧୧ରେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବାରିପଦାରେ ଛାଡ଼ିଦେଇ ପଳାଇଥିଲା। ଯୁବତୀ ଜଣକ ଘରେ ସମସ୍ତ ବିଷୟ ଜଣାଇଥିଲା ଓ ପରିବାର ସଦସ୍ୟଙ୍କ ସହିତ ଶିବଙ୍କ ଘରେ ପହଞ୍ଚିବା ପରେ ତାଙ୍କ ମା’ ଶିବ ସହିତ ଯୁବତୀଙ୍କ ବିବାହକୁ ପ୍ରତ୍ୟାଖ୍ୟାନ କରିବା ସଂଗେ ସଂଗେ ଯୁବତୀ ଓ ତା’ଙ୍କ ପରିବାର ସଦସ୍ୟଙ୍କୁ ବିଭିନ୍ନ ଅଶାଳୀନ ଭାଷାରେ ଗାଳିଗୁଲଜ କରି ଘରୁ ତଡ଼ି ଦେଇଥିଲେ । ଫଳରେ ଯୁବତୀ ଜଣକ ନ୍ୟାୟ ନିମନ୍ତେ ବାରିପଦା ଥାନାରେ ଲିଖିତ ଅଭିଯୋଗ କରିବାପରେ ଶିବ ବିନ୍ଧାଣୀଙ୍କ ମା’ ଓ ଅନ୍ୟ ଦୁଇ ସହଯୋଗୀଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ଶିବ ବିନ୍ଧାଣୀଙ୍କୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking