21.1 C
Bhubaneswar
Thursday, January 23, 2025
Homeଓଡିଶାଓଡ଼ିଶା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍‌କୁ ଆଇସିଏମ୍‌ଆର ଅନୁମୋଦନ :  ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଜଣାଇଲେ...

ଓଡ଼ିଶା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍‌କୁ ଆଇସିଏମ୍‌ଆର ଅନୁମୋଦନ :  ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର:  ଓଡ଼ିଶା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ (ଇମକଭ-ଏଜି)କୁ ଆଇସିଏମ୍‌ଆର ଅନୁମୋଦନ କରିଛି । ଏହି ଟେଷ୍ଟ୍ କିଟ୍‌ର ବିକାଶ ଭୁବନେଶ୍ୱର ଆରଏମ୍‌ଆରସି ସହଯୋଗରେ କରିଛି ଇମ୍ୟୁନେକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି  ଖୁସି ଜାହିର କରି ସଂପୃକ୍ତ ସଂସ୍ଥା ଓ ଆଇସିଏମ୍‌ଆରକୁ ଅଭିନନ୍ଦନ ଜଣାଇଛନ୍ତି ।

ଉଲ୍ଲେଖନୀୟ ଯେ, ଓଡ଼ିଶା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ (ଇମକଭ-ଏଜି) ବିକାଶ ନିମନ୍ତେ ୨୦ ଜୁନ୍ ପରଠାରୁ ଏହା ଉପରେ ଗବେଷଣା ହୋଇଥିଲା । କିଟ୍‌କୁ ଭୁବନେଶ୍ୱର ଆରଏମ୍‌ଆରସି ଓ ଇମ୍ପେନେକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହୋଇଛି ଏକ କୋଟି ଟଙ୍କା ।  ଏହି କିଟ୍ ଦୁଇ ମାସ ମଧ୍ୟରେ ବଜାରକୁ ଆସିବ ବୋଲି ଇମ୍ପେନେକ୍ସ ଇଣ୍ଡିଆ ପ୍ରତିଷ୍ଠାତା ତଥା ସିଇଓ ଡକ୍ଟର ସୁଜୟ ସିଂହ ଶୁକ୍ରବାର  ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking